୧୦ ମହଲା ଛାତରୁ ଡେଇଁ ପଡ଼ିଲେ IAS ଦମ୍ପତିଙ୍କ ଝିଅ

୧୦ ମହଲା କୋଠାରୁ ଡେଇଁ IAS ଦମ୍ପତିଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଭୋର ୪ଟାରେ ଘରେ ସମସ୍ତେ ଶୋଇଥିବା ବେଳେ ଏଭଳି ପଦକ୍ଷେପ ନେଲେ ୨୭ବର୍ଷୀୟା ଯୁବତୀ। ମୃତକଙ୍କ ନାମ ଲିପି ରାସ୍ତୋଗୀ ଥିବା ବେଳେ ସେ ଓକିଲାତି ପାଠ ପଢ଼ୁଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ପୂରା ପରିବାରକୁ ଶକ୍ତ ଧକ୍କା ଲାଗିଛି। ପୁଲିସ ଲିପିଙ୍କ ଏଭଳି ପଦକ୍ଷେପ ନେବା ପଛର କାରଣ ଖୋଜୁଛି। ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ପାଠପଢା ଚାପ କାରଣରୁ ଏପରି ନିଷ୍ପତ୍ତି ନେଇଥିବା ପୁଲିସ କହିଛି।
ସୂଚନା ଅନୁସାରେ, ବିକାଶ ରୋସ୍ତୋଗୀ ଏବଂ ରାଧିକା ରୋସ୍ତୋଗି ମହାରାଷ୍ଟ୍ର କ୍ୟାଡରର ଆଇଏଏସ୍ ଅଧିକାରୀ। ତାଙ୍କ ଝିଅ ଲିପି(୨୭) ଜଣେ ଆଇନ ଛାତ୍ର ଥିଲେ। ସେ ହରିୟାଣାର ସୋନିପତରେ LLB ପଢୁଥିଲେ। ଲିପି ମୁମ୍ବାଇର ଏକ ୧୦ ମହଲା କୋଠାରୁ ଡେଇଁ ପଡିଥିଲେ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି।
ତାଙ୍କଠାରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ ହୋଇଛି, ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ପାଇଁ କାହାକୁ ଦାୟୀ କରାଯିବା ଉଚିତ୍ ନୁହେଁ ବୋଲି ଲଖିଛନ୍ତି। ପୁଲିସ ଏକ ଅସ୍ୱାଭାବିକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
Powered by Froala Editor