ମୁହାଁମୁହିଁ ଧକ୍କା ହେଲେ ୨ ମାଲବାହୀ ଟ୍ରେନ
ଚଣ୍ଡୀଗଡ଼଼: ମୁହାଁମୁହିଁ ଧକ୍କା ହୋଇଛନ୍ତି ୨ଟି ମାଲବାହୀ ଟ୍ରେନ। ପଞ୍ଜାବର ଫତେଗଡ଼଼ ସାହିବ ସରିହିନ୍ଦ ମାଧୋପୁର ନିକଟରେ ରବିବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୨ଟି ଟ୍ରେନରେ ଦୁଇ ଜଣ ଲୋକ ପାଇଲଟ୍ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଫତେଗଡ଼଼ ସାହିବ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେଠାରୁ ରାଜିନ୍ଦର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଟ୍ରେନ ଦୁଇଟି ଟ୍ରାକ୍ ଉପରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ଯୋଗୁ ଉକ୍ତ ଲାଇନ୍ରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିବା ଜଣାପଡ଼ିଛି। ରେଲୱେ ପକ୍ଷରୁ ସେଠାରେ ଉଦ୍ଧାର କାର୍ୟ୍ୟ ଜାରି ରହିଥିବାବେଳେ ଟ୍ରେନ ଲାଇନ ମରାମତି କରି ପୁନଃ କାର୍ୟ୍ୟକ୍ଷମ କରାଯିବାକୁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି।
Powered by Froala Editor