ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାକୁ ନେଇ ତୁମୁଳକାଣ୍ଡ
ବାଲେଶ୍ୱର: ରାଜ୍ୟରେ କରୋନାର ଦ୍ୱିତୀୟ ଲହର ହଇଚଇ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଯାହା ପାଇଁ ସମସ୍ତେ ଚିନ୍ତିତ । ତେଣୁ ଟିକାକରଣ ପ୍ରକି୍ରୟାକୁ ତ୍ୱରାନ୍ୱିତ କରାଯାଇଛି । ତେବେ ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନରହିବାକୁ ନେଇ ତୁମୁଳକାଣ୍ଡ ଘଟିଛି । ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖାଯିବାକୁ ନେଇ ରାଜନୀତି ଜୋର ଧରିଛି । ଏହାକୁ କେନ୍ଦ୍ର କରି ବାଲେଶ୍ୱରରେ ଟିକାକରଣକୁ ନେଇ ଉତ୍ତେଜନା । କୋଭିଡ୍ ମହାମାରୀର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଜୋର୍ ଦିଆଯାଉଥିବା ବେଳେ ଟିକାକରଣ କେନ୍ଦ୍ରରେ ନିଜର ପତିଆରା ବୃଦ୍ଧି ପାଇଁ ରାଜନୈତିକ ଦଳ ଭିତରେ ଟଣା ଓଟରା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମି ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦୀଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି ।
ସେପଟେ, ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
Powered by Froala Editor