ସଶକ୍ତ ସିମୁଳିଆ ସଶକ୍ତ ଓଡ଼ିଶା ଗଠନ କରିବାକୁ ଚାହୁଛନ୍ତି ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ
ବାଲେଶ୍ଵର: ବାଲେଶ୍ଵର ସଂସଦୀୟ କ୍ଷେତ୍ରରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର। ଦଳୀୟ ପ୍ରାର୍ଥୀଙ୍କ ଲାଗି କ୍ୟାମ୍ପେନ୍ କରିଛନ୍ତି। ସେ କହିଛନ୍ତି, ସିମୁଳିଆ ଓ ଖଇରାକୁ ଏନଏସି କରିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ବାବୁ ଆପଣଙ୍କ ଲାଗି ବହୁତ କାମ କରିଛନ୍ତି। ସିମୁଳିଆର ବିକାଶ ଲାଗି ଯାହା ଆବେଦନ ଦେଇଥିଲେ ସେଥି ମଧ୍ୟରୁ ୮୦ ପ୍ରତିଶତ କାମ ହୋଇଯାଇଛି। ଯାହା ବି ଅଭିଯୋଗ ଅଛି ପୁଣି ଆସି ଅଭିଯୋଗ ଗ୍ରହଣ କରିବି ବୋଲି କହିଛନ୍ତି ପାଣ୍ଡିଆନ।
ସିମୁଳିଆରେ ଜଳସେଚନ ବ୍ୟବସ୍ଥା ଲାଗି ଅନେକ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ। ମହାପ୍ରଭୁ ଆଶୀର୍ବାଦ ଓ ଆପଣଙ୍କ ଆଶୀର୍ବାଦରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ଲାଗି ଶପଥ ନେବେ। ୯ ତାରିଖରେ ମାଗଣା ବିଜୁଳି ବିଲ୍ ଉପରେ ପ୍ରଥମ ଦସ୍ତଖତ କରିବେ। ୨ ନମ୍ବର ଦସ୍ତଖତ ହେବ ପ୍ରାୟ ସମସ୍ତ ରାଜ୍ୟବାସୀଙ୍କ ଲାଗି ବିଏସକେୱାଇ କାର୍ଡ। ମିଶନ ଶକ୍ତି ମହିଳାମାନେ ୬୦ ବର୍ଷ ପରେ ପେନସନ ପାଇବେ। କଲେଜ ଛାତ୍ରଙ୍କୁ ୧୨ ହଜାର ଓ ଛାତ୍ରୀଙ୍କ ଲାଗି ଥିବା ଛାତ୍ରବୃତ୍ତି ୧୪ ହଜାରକୁ ବୃଦ୍ଧି କରିବେ ମୁଖ୍ୟମନ୍ତ୍ରୀ। ୫ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଆପଣମାନେ ସୁଯୋଗ ପାଉଛନ୍ତି। ଶଙ୍ଖ ଚିହ୍ନରେ ବିପୁଳ ଭୋଟରେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ। ବିଜେଡିର ଦୁଇ ପ୍ରାର୍ଥୀଙ୍କୁ ବିପୁଳ ଭୋଟ ବ୍ୟବଧାନରେ ଜିତାଇବାକୁ ଜୋରସୋରରେ ଲାଗି ପଡନ୍ତୁ ବୋଲି ଆହ୍ଵାନ ଦେଇଛନ୍ତି। ସଶକ୍ତ ସିମୁଳିଆ ସଶକ୍ତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଛନ୍ତି। ସିମୁଳିଆ, ଓଡ଼ିଶାର ଉନ୍ନତି ଲାଗି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଓଡ଼ିଶାବାସୀଙ୍କ ଲାଗି ଦିନରାତି କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ। ତାଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ।
Powered by Froala Editor