ଆଜି ସିମୁଳିଆରେ ରାହୁଲଙ୍କ ନିର୍ବାଚନୀ ସଭା
ଭୁବନେଶ୍ୱର:ରାଜ୍ୟରେ ଶେଷ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ବାଲେଶ୍ୱରର ସିମୁଳିଆରେ ରାହୁଲଙ୍କ ନିର୍ବାଚନୀ ସଭା ରହିଛି। ଏଥିପାଇଁ ଉତ୍ସାହିତ ଅଛି କଂଗ୍ରେସ କ୍ୟାମ୍ପ ।
ଗତକାଲି ଭଦ୍ରକ ଓ ବାଲେଶ୍ୱରରେ ବିଶାଳ ରାଲି କରିବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ଗଣତନ୍ତ୍ରକୁ ରକ୍ଷା କରିବାକୁ ହେଲେ କଂଗ୍ରେସ ହାତମୁଠାକୁ ଟାଣ କରିବାକୁ ଖଡଗେ ଆହ୍ବାନ ଦେଇଥିଲେ।
ସେହିପରି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାରେ ମାରାଥନ ପ୍ରଚାର କରିବା ସହ ନିଜ ପ୍ରଚାର ଅଭିଯାନକୁ ଶେଷ ସ୍ପର୍ଶ ଦେଇଥିଲେ। ମୋଦି ଗତକାଲି ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ।
Powered by Froala Editor