ଓଏସଆରଟିସି ବସ୍ ଧକ୍କାରେ ମହିଳା ମୃତ

କେନ୍ଦ୍ରାପଡା: କେନ୍ଦ୍ରାପଡା ଚାନ୍ଦୋଳ ବଜାରରେ ଅଭାବନୀୟ ଘଟଣା ଘଟିଛି। ଓଏସଆରଟିସି ବସ୍ ଧକ୍କାରେ ସ୍କୁଟି ଆରୋହୀ ମହିଳାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରିନାହିଁ। ଆଜି ସକାଳେ ଓଏସଆରଟିସି ବସ୍ଟି କେନ୍ଦ୍ରାପଡାରୁ କଟକ ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ସ୍କୁଟି ଆରୋହୀଙ୍କ ସହ ଧକ୍କା ହୋଇଥିଲା। ସ୍କୁଟିରେ ଥିବା ମହିଳା ଜଣକ ତଳେ ପଡିଯାଇଥିଲେ। ଏବଂ ଓଏସଆରଟିସି ବସ୍ଟି ମହିଳାଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ଘଟିଛି।
Powered by Froala Editor