ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗ: ଏମିତି କହିଲେ ଏସପି
ଖୋର୍ଦ୍ଧା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗିରଫଦାରୀ ପ୍ରସଙ୍ଗରେ ଖୋର୍ଦ୍ଧା ଏସପି ଅବିନାଶ କୁମାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବୁଥର ସିସିଟିଭି ହୋଇନି ଯାଞ୍ଚ ହୋଇନି। ସିସିଟିଭି ଫୁଟେଜ୍ ଦେବା ଲାଗି ନିର୍ବାଚନ ଅଧିକାରୀଙ୍କୁ କୁହାଯାଇଛି। କେବଳ ପ୍ରିଜାଇଡିଙ୍ଗ ଅଫିସରଙ୍କ ଏତଲା ଆଧାରରେ ଗିରଫଦାରୀ ହୋଇଛି। ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହୋଇ କାର୍ୟ୍ୟାନୁଷ୍ଠାନ ହେଇ ଏଥିରେ ସମ୍ପୃକ୍ତି ଥିଲେ କାର୍ୟ୍ୟାନୁଷ୍ଠାନ ହେବ। ମାତ୍ର ପ୍ରଶାନ୍ତ ଜଗଦେବ ଦାବି କରିଥିଲେ ସିସିଟିଭି ଯାଞ୍ଚ ହୋଇ କାର୍ୟ୍ୟାନୁଷ୍ଠାନ ପାଇଁ।
ସୂଚନାଯୋଗ୍ୟ, ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଛି। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି । ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଛି ।
Powered by Froala Editor