ବିବାହ ପରେ କନ୍ୟାକୁ ଚୁମା ଦେବାରୁ ତୁରୁଳକାଣ୍ଡ, ମାଡ଼ ଖାଇଲେ ବରପକ୍ଷ
ବାହାଘର ପରେ ବର କନ୍ୟାକୁ କିସ୍ କରିବା ପରେ ଢେଙ୍ଗାବାଡି ଧରି ମୁହାଁମୁହିଁ ହୋଇଛନ୍ତି ବର ଓ କନିଆଁ ପକ୍ଷ । ଏଥିରେ କନିଆଁଙ୍କ ବାପାଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ଘଟଣାଟି ଘଟିଛି ଉତ୍ତର ପ୍ରଦେଶରେ।
ସବୁ କିଛି ଠିକ୍ଠାକ୍ ଚାଲିଥିଲା। ବାହାଘର ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲା। ବରଣମାଳା ପିନ୍ଧାଇବା ବେଳେ କନିଆଁକୁ ଚୁମା ଦେଇଥିଲେ ବର। କିନ୍ତୁ ସେ ଏମିତି ସମସ୍ତଙ୍କ ସାମ୍ନାରେ କନିଆଁଙ୍କୁ ଚୁମ୍ବନ ଦେବା କଥାକୁ କନିଆଁଙ୍କ ଘର ଲୋକେ ଗ୍ରହଣ କରି ପାରି ନଥିଲେ। ସେମାନେ ଏହାର ପ୍ରତିବାଦ କରିବାରୁ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଉତ୍ତରପ୍ରଦେଶ ହାପୁରର ଅଶୋକ ନଗରରେ ଅନୁଷ୍ଠିତ ବିବାହ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା କାରଣ କନ୍ୟା ପରିବାର ବରଯାତ୍ରୀଙ୍କ ସମ୍ପର୍କୀୟଙ୍କୁ ମଞ୍ଚ ଉପରେ ମାଡ ମାରିଥିଲେ। କିଛି ସମୟ ପରେ କନ୍ୟା ପରିବାର ସଦସ୍ୟ ବାଡ଼ି ଧରି ମଞ୍ଚ ଉପରକୁ ଯାଇ ବରର ପରିବାରକୁ ପିଟିଥିଲେ। ଏହି ସଂଘର୍ଷରେ ବରର ପିତାଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି। ଉଭୟ ପରିବାରର ୭ ଜଣଙ୍କୁ ଅଟକ ରଖାଯାଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କନ୍ୟା ପରିବାର ଅଭିଯୋଗ କରିଛନ୍ତି ଯେ ବର ମଞ୍ଚରେ ଜବରଦସ୍ତ କିସ୍ କରିଥିଲେ।ବର କହିଛନ୍ତି ଯେ ବରମାଳା ବଦଳ ପରେ କନ୍ୟା କିସ୍ କରିବାକୁ ଜିଦ୍ ଧରିଥିଲେ। ସୂଚନା ଅନୁଯାୟୀ, କନ୍ୟା ପିତା ସେଦିନ (ଗତ ସୋମବାର) ରାତିରେ ତାଙ୍କର ଦୁଇ ଝିଅଙ୍କ ବାହାଘର କରିଥିଲେ। ବଡ଼ ଝିଅର ବାହାଘର ସୁରୁଖୁରରେ ହୋଇଯାଇଥିଲା। କିନ୍ତୁ ସାନ ଝିଅର ବାହାଘର ବେଳେ ଘଟିଥିଲା ତୁମୁଳକାଣ୍ଡ।
Powered by Froala Editor