ବିଜେଡି ଛାଡ଼ିଲେ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ନିମାପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳ ଛାଡ଼ିଥିବା ନେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ସୂଚନା ଦେଇଛନ୍ତି ସମୀର।
୨୦୦୯, ୨୦୧୪ ଓ ୨୦୧୯ରେ ବିଜେଡି ଟିକେଟରେ ନିମାପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସମୀର। ଏଥର ଟିକେଟ କଟିବାରୁ ସେ ଅସନ୍ତୁଷ୍ଟ ଥିଲେ। ନିମାପଡ଼ାରେ ସେ ବାରମ୍ବାର ଶକ୍ତି ପ୍ରଦର୍ଶନ କରିଥିଲେ। ତଥାପି ଦଳ ତାଙ୍କୁ ଗୁରୁତ୍ୱ ଦେଇ ନଥିଲା। ଓଲଟି ଦଳ ସମୀର ଙ୍କୁ ପ୍ରାୟ ଦୁଇ ସପ୍ତାହ ତଳେ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ପର୍ୟ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇ ନିମାପଡ଼ା ବିଧାନସଭା ଆସନ ପାଇଁ ଘୋଷିତ ଦଳୀୟ ଟିକେଟର ପୁନର୍ବିଚାର କରିବ ନାହିଁ ବୋଲି ସ୍ପଷ୍ଟ ସନ୍ଦେଶ ଦେଇଥିଲା। ବିଜେଡି ଏଥର ଦିଲ୍ଲୀପ ନାୟକଙ୍କୁ ନିମାପଡ଼ାରୁ ବିଧାୟକ ପ୍ରାର୍ଥୀ କରିଛି।
Powered by Froala Editor