ସିମ ସକି୍ରୟ କରାଇବେ କହି ଠକିନେଲେ ୫୦ ହଜାର
ଭୁବନେଶ୍ୱର: ସିମକୁ ସକି୍ରୟ କରିବେ କହି ସାଇବର ଡକ କଳିଙ୍ଗନଗରର ଜଣେ ମହିଳାଙ୍କ ଆକାଉଣ୍ଟରୁ ପ୍ରାୟ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏ ନେଇ ସେ ଭୁବନେଶ୍ୱର ସାଇବର ସେଲରେ ଅଭିଯୋଗ କରିଛନ୍ତି । ମହିଳାଙ୍କ କହିବା ଅନୁସାରେ, ଠକ ଜଣକ ଏକ ଅଜଣା ନମ୍ବରରୁ କଲ କରି ତାଙ୍କ ବିଏସଏନଏଲ ସିମ ଖୁବ ଶୀଘ୍ର ବନ୍ଦ ହୋଇଯିବ ବୋଲି କହିଥିଲେ । ଏଥିପାଇଁ କଣ କରିବାକୁ ହେବ ବୋଲି ମହିଳା ପଚାରିବାରୁ ଠକ ଚତୁରତାର ସହ ତାଙ୍କ ମୋବାଇଲକୁ ଏକ ଓଟିପି ପଠାଇଥିଲେ । ଓଟିପି ଦେଲେ ତାଙ୍କ ସିମ ଚଳାଇବାରେ କୌଣସି ସମସ୍ୟା ହେବ ନାହିଁ ବୋଲି କହିବାରୁ ସେ ଓଟିପି ଦେଇଥିଲେ । ଏହା ପରେ ହଠାତ ତାଙ୍କ ଆକାଉଣ୍ଟରୁ ୪୯ ହଜାରରୁ ଅଧିକ ଟଙ୍କା କଟିଯାଇଥିବା ସେ କହିଛନ୍ତି । ସେହିଭଳି ଆଉ ଜଣେ ଯୁବକ ଆରବିଏଲ କ୍ରେଡିଟ କାର୍ଡର ଇନ୍ସୁରାନ୍ସ ରିନୁ୍ୟ କରିବାକୁ କହି ସାଇବର ଠକ ୩୧ ହଜାର ଟଙ୍କା ଲୁଟି ନେଇଛି । ଏ ନେଇ ମଧ୍ୟ ସାଇବର ସେଲରେ ଅଭିଯୋଗ କରିଥିବା ଜଣାପଡ଼ିଛି ।
Powered by Froala Editor