ବିଜେଡିରେ ସାମିଲ ହେଲେ ରାଧାରାଣୀ ପଣ୍ଡା

ବ୍ରଜରାଜନଗର: ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ନିର୍ବାଚନ ଚାଲିଥିବାବେଳେ ଶ୍ରୀମତୀ ପଣ୍ଡା ବିଜେଡିରେ ମିଶ୍ରଣ ଦ୍ୱାରା ଦଳକୁ ଫାଇଦା ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।
ସୂଚନା ଅନୁସାରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଶ୍ରୀମତୀ ପଣ୍ଡା ବିଜେଡିରେ ସାମିଲ ହୋଇଛନ୍ତି । ଏହାପୂର୍ବରୁ ସେ ତାଙ୍କର ଇସ୍ତଫା ପତ୍ର ବିଜେପି ସଭାପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଶ୍ରୀମତୀ ପଣ୍ଡା ବ୍ରଜରାଜନଗରରୁ ଟିକେଟ୍ ଆଶାୟୀ ଥିଲେ । ମାତ୍ର ବିଜେପି ତାଙ୍କ ପରିବର୍ତ୍ତେ ସୁରେଶ ପୂଜାରୀଙ୍କୁ ଟିକେଟ ଦେବାରୁ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନୀ କାର୍ୟ୍ୟରେ ସହଯୋଗ କରୁନଥିଲେ । ବୁଧବାର ସେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ।
Powered by Froala Editor