ଖାଦାନ ପଥର ତଳେ ଚାପି ହୋଇଗଲେ ଶ୍ରମିକ

ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରୀ କଳାପଥର ଖାଦାନରେ ଆଜି ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଖାଦାନ ଭିତରେ ପଥର ତଳେ ଜଣେ ଶ୍ରମିକଙ୍କ ମୃତଦେହ ଚାପି ହୋଇ ରହିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳୁନି। ତେଣୁ ସେମାନେ ବି ପଥର ତଳେ ଫସି ଆଖି ବୁଜିଥିବା ଆଶଙ୍କା କରାଯାଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି। ଘଟଣାସ୍ଥଳରେ ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ପହଞ୍ଚି ଖାଦାନ ଚଳାଉଥିବା ମାଫିଆ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପଥର ଖଣି ବେଆଇନ ଭାବେ ଚାଲୁଥିଲା। ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ପ୍ରଶାସନ କିମ୍ବା ଖାଦାନ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Powered by Froala Editor