ଆଜି କଂଗ୍ରେସ ମହାସମାବେଶରେ ଯୋଗଦେବେ ମଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ମଲିକାର୍ଜୁନ ଖଡ଼ଗେ। କନ୍ଧମାଳ ଗସ୍ତରେ ଆସି କଂଗ୍ରେସ ମହାସମାବେଶରେ ଯୋଗଦେବେ। ଅପରାହ୍ନରେ ମଲିକାର୍ଜୁନ ଖଡ଼ଗେ ଫୁଲବାଣୀରେ ପହଞ୍ଚିବା ପରେ ସ୍ଥାନୀୟ କରୋନେସନ ପଡ଼ିଆରେ ଆୟୋଜିତ କଂଗ୍ରେସ ମହାସମାବେଶରେ ଯୋଗ ଦେବେ। ସେଠାରେ ଜନସାଧାରଣଙ୍କୁ ଉଦବୋଧନ ଦେବେ। ଏନେଇ କନ୍ଧମାଳ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା ସୂଚନା ଦେଇଛନ୍ତି। ମଲିକାର୍ଜୁନ ଖଡ଼ଗେଙ୍କ ସହ ତେଲେଙ୍ଗାନାର ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଦାସ ପ୍ରମୁଖ ସମାବେଶରେ ଯୋଗ ଦେବେ।
Powered by Froala Editor