‘ଇରାୱାଡି ଡ଼ଲ୍ଫିନ୍’ ମୃତ

ରବିବାର ଅପରାହ୍ଣରେ ଚିଲିକା କୂଳରୁ ଏକ ବିରଳ ପ୍ରଜାତିର ‘ଇରାୱାଡି ଡଲ୍ଫିନ୍’ର ମୃତଦେହ ଉଦ୍ଧାର ହୋଇଛି। ବାଲୁଗାଁ ନିକଟ ଗୋପବନ୍ଧୁ କଲୋନିରେ ପ୍ରାୟ ୩୫କିଲୋ ଓ ପ୍ରାୟ ୪ ଫୁଟ୍ ଲମ୍ବର ମୃତ ଡଲ୍ଫିନ୍ ପଡ଼ିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ଏନେଇ ବନ ବିଭାଗର କର୍ମଚାରୀଙ୍କୁ ଖବର ଦେଇଥିଲେ। ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ) ଅମ୍ଲାନ ନାୟକ ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ପହଞ୍ଚି ଡଲ୍ଫିନ୍ର ମୃତଦେହ ଜବତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି।
ଜଳବାୟୁ ପରିବର୍ତ୍ତନ କାରଣରୁ ଡଲଫିନଙ୍କ ଉପରେ ପ୍ରଭାବ ପଡୁଛି । ଡଲଫିନ ବଂଶ ବଢାଇବାକୁ ଉଦ୍ୟମ କରାଯାଉଥିବାବେଳେ ଏଭଳି ଖବର ନିରାଶଜନକ । ପରିବେଶବିତ୍ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ।
Powered by Froala Editor