ରହିବା ପାଇଁ ଉତ୍କୃଷ୍ଟ : ଇଜ୍ ଅଫ ଲିଭିଂ ଇଣ୍ଡେକ୍ସରେ ଭୁବନେଶ୍ୱର ପାଇଲା ୪ର୍ଥ ସ୍ଥାନ
ଉତ୍କୃଷ୍ଟ ବାସୋପଯୋଗୀ ସହର ତାଲିକାରେ ଦିଲ୍ଲୀକୁ ପଛରେ ପକାଇ ଭୁବନେଶ୍ବର ଆଗରେ ରହିଛି । ଇଜ୍ ଅଫ ଲିଭିଂ ଇଣ୍ଡେକ୍ସ ପକ୍ଷରୁ କରାଯାଇଥିବା ସର୍ଭେରେ ପ୍ରଥମ ସ୍ଥାନରେ ରହିଛି ବେଙ୍ଗାଲୁରୁ । ଦ୍ବିତୀୟ ସ୍ଥାନେର ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ଓ ଚତୁର୍ଥ ସ୍ଥାନରେ ରହିଛି ଭୁବନେଶ୍ବର । ତାଲିକାର ମୁମ୍ବାଇ ପଞ୍ଚମ, ଦିଲ୍ଲୀ ଷଷ୍ଠ, ଭୋପାଳ ସପ୍ତମ, ରାୟପୁର ଅଷ୍ଟମ, ଗାନ୍ଧିନଗର ନବମ ଓ ଜୟପୁର ଦଶମ ସ୍ଥାନରେ ରହିଛି ।
ରାଜଧାନୀ ଭୁବନେଶ୍ବର ସିଏସଇ ସର୍ଭେର ଚତୁର୍ଥ ସ୍ଥାନରେ ରହିଥିବାରୁ ଖୁସି୍ ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ଭୁବନେଶ୍ୱର ଅନୁକୂଳ ପରିବେଶ ଭାବରେ ଚତୁର୍ଥ ସ୍ଥାନରେ ରହିଛି । ଗୁଣବତ୍ତା ସମ୍ପନ୍ନ ଜୀବନଧାରଣ, ଅର୍ଥନୈତିକ ସାମର୍ଥ୍ୟ, ସହନଶୀଳତା ଓ ନାଗରିକଙ୍କୁ ମିଳୁଥିବା ଅନ୍ୟ ସୁବିଧା ମାପଦଣ୍ଡ ଅନୁସାରେ ପ୍ରସ୍ତୁତ ଇଜ୍ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ସ୍ଥାନ ପାଇବା ଓଡିଶା ଲାଗି ଗର୍ବର କାରଣ ହୋଇଛି ।
୧୦୦ ଜଣକୁ ନେଇ ହୋଇଥିଲା ଏହି ସର୍ଭେ । ଭୁବନେଶ୍ବରକୁ ୯୪.୮ ପ୍ରତିଶତ ମାର୍କ ମିଳିଥିବାବେଳେ ବେଙ୍ଗାଲୁରୁକୁ ୭୮ ପ୍ରତିଶତ, ଚେନ୍ନାଇକୁ ୮୨.୬ ପ୍ରତିଶତ , ସିମଲାକୁ ୮୩.୩୯ ମାର୍କ ମିଳିଛି । ସେହିଭଳି ଦେଶର ରାଜଧାନୀ ଦିଲ୍ଲୀ ୬୯. ୪ ପ୍ରତିଶତ ମାର୍କ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଅଭିନନ୍ଦନ ଜଣାଇଛନ୍ତି ।
Powered by Froala Editor