୨୬୦ଟି ସୁନା ବିସ୍କୁଟ ଜବତ
ଇମ୍ଫାଲ: ମଣିପୁର ରାଜଧାନୀ ଇମ୍ଫାଲଠାରେ ଏକ କାରରୁ ଜବତ ହୋଇଛି ୪୩ କିଲୋ ଓଜନର ୨୬୦ଟି ସୁନା ବିସ୍କୁଟ; ଯାହାର ବଜାର ମୂଲ୍ୟ ୨୧ କୋଟି ଟଙ୍କାରୁ ଅଧିକ ହେବ । ଗୁଇନ୍ଦା ବିଭାଗର ଅଧିକାରୀମାନେ ଦୀର୍ଘ ୧୮ ଘଣ୍ଟାର ବ୍ୟାପକ ସନ୍ଧାନୀ ଅଭିଯାନ ପରେ ମଙ୍ଗଳବାର ଏହି ସୁନା ଜବତ କରିଥିବା ପ୍ରକାଶ । ଏଥିସହିତ କାରରେ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ମାନେ ଉକ୍ତ ବିସ୍କୁଟକୁ ମିଅାଁମାରରୁ ଚୋରାରେ ଆଣୁଥିଲେ । ସେମାନେ କାରରୁ ସ୍ୱତନ୍ତ୍ର ଭାବେ ନିର୍ମିତ ବାକ୍ସରେ ଏହାକୁ ଲୁଚାଇ ରଖିଥିଲେ । ଉକ୍ତ ସୁନା ବିସ୍କୁଟ ଗୁଡ଼ିକୁ ସେମାନେ ଲୁଚାଇ ରଖିବା ନିମେନ୍ତ କାରରେ ଏକ ସ୍ୱତନ୍ତ୍ର ସ୍ଥାନକୁ ନେଇଥିବା ଗୁଇନ୍ଦା ଅଧିକାରୀ କହିଛନ୍ତି । ନିକଟ ଅତୀତରେ ମିଅାଁମାର ସୀମାରୁ ଭାରତକୁ ଚାଲାଣ ହେଉଥିବା ବେଳେ ପ୍ରାୟ ୩୩କୋଟି ଟଙ୍କା ମୂଲ୍ୟର ୬୬ କିଲୋ ସୁନା ଜବତ ହୋଇଛି ।
Powered by Froala Editor