ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ : ତରଳ ଲୁହା ଛିଟିକି ୯ ଶ୍ରମିକ ଗୁରୁତର

କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରୁଗୁଡ଼ି ସ୍ତିତ ଆହଲୁୱାଲିଆ ହୀମା ଇସ୍ପାତ ର ବ୍ଲାଷ୍ଟ୍ ଫର୍ନେସ ରେ ବିସ୍ଫୋରଣ ଘଟି ୯ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି ।ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ଣ୍ଣେସରୁ ତରଳ ଲୁହା ଛିଟିକି ୯ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା ଜଣାପଡିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ସଙ୍କଟାପନ୍ନ ଥିବା ୩ ଜଣ ଶ୍ରମିକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ,ଗୁରୁବାର ଅପରାହ୍ନ ରେ କାରଖାନା ର ବ୍ଲାଷ୍ଟ ଫର୍ନେସ ରେ କୌଣସି କାରଣ ବଶତଃ ବିସ୍ଫରଣ ଘଟିବାରୁ ସେଠାରେ କାର୍ଯ୍ୟ କରୁଥିବା ପ୍ରାୟ ୯ ଜଣ ଶ୍ରମିକଙ୍କ ଉପରେ ତରଳ ଲୁହ। ଛିଟିକି ପଡ଼ିଥିଲା । ଫଳରେ ୯ ଜଣ ଆହତ ହୋଇଥିଲେ ।
ପ୍ରାଥମିକ ସୂଚନା ଅନୁଯାୟୀ, ବ୍ଲ।ଷ୍ଟ ଫର୍ଣେସରେ ଅ।କ୍ରେଶନ ଜମି ଯାଇଥିବାରୁ ଏହି ବିସ୍ଫୋରଣ ହୋଇଥାଇ ପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଫେକ୍ଟ୍ରି ଏଣ୍ଡ ବୋଏ ଲର ବିଭାଗ ପକ୍ଷରୁ ଏହାର ତଦନ୍ତ କରି ଏହାର ପର୍ଦ୍ଦାଫାଶ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।
Powered by Froala Editor