ଏବର୍ଷ ରେକର୍ଡ ତାପମାତ୍ରା : ଓଡ଼ିଶାରେ ପ୍ରଥମଥର ୪୬ ଡିଗ୍ରୀ ଟପିଲା, ସବୁଠି ଉତ୍ତପ୍ତ ମୟୂରଭଞ୍ଜ
ଉତ୍ତପ୍ତ ପିଣ୍ଡ ପାଲଟିଲାଣି ପୃଥିବୀ । ଗ୍ରୀଷ୍ମ ପ୍ରବାହରେ ଲୋକେ ଛଟପଟ ହେଉଛନ୍ତି । ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନିଆଁ ଓ ପରିବେଶ ନଷ୍ଟ ଯୋଗୁଁ ଓଡ଼ିଶା ବି ଉତ୍ତପ୍ତ ସ୍ଥାନ ତାଲିକାରେ ରହିଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ।
ପୃଥିବୀର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ଓମାନ୍ର ଜୋବା। ମଙ୍ଗଳବାର ଏଠାରେ ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ତୃତୀୟ ସ୍ଥାନରେ ବାଲେଶ୍ୱର। ଏଠାରେ ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ଚତୁର୍ଥ ସ୍ଥାନରେ ରହିଛି ଆଫ୍ରିକାର ନଦ୍ଜାମେନା। ଏଠାରେ ତାମପାତ୍ରା ୪୬.୦ ଡିଗ୍ରୀ । ପଞ୍ଚମ ସ୍ଥାନରେ ମିଆଁମାରର ଚୌକ। ଏଠାରେ ତାପମାତ୍ରା ୪୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଷଷ୍ଠରେ ରହିଛି ନାଇଜର ବିଲମା। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି।
ତେବେ ଓଡ଼ିଶାରେ ତାପମାତ୍ରା ପ୍ରଥମଥର ୪୬ ଡିଗ୍ରୀ ଅତିକ୍ରମ କରିଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆହୁରି ୩ ଦିନ ଆକାଶରୁ ଅଗ୍ନିବର୍ଷା ହେବ। ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣିପାଗ ବିଭାଗ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ।
Powered by Froala Editor