ଅଫିସରେ ଖାଇବା ପରେ ନିଦ ଆସୁଥିଲେ, ଏପରି କରନ୍ତୁ..

କାର୍ୟ୍ୟାଳୟରେ ଖରାବେଳର ଭୋଜନ କରିବା ପରେ ଅଧିକାଂଶ ଲୋକଙ୍କୁ ନିଦ ଲାଗି ଥାଏ। ଏହାସହ ଅନେକ ସମୟରେ ଥକ୍କାପଣ ମଧ୍ୟ ଅନୁଭବ ହୋଇଥାଏ। ଖାଇବା ପରେ ନିଦ ଲାଗିଲେ କାମରେ ଆଗ୍ରହ ଆସିନଥାଏ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ। ତେଣୁ ଖରାବେଳର ଖାଦ୍ୟ ଖାଇବା ପରେ ନିଦ ଲାଗୁଥିଲେ ଏହି ୫ଟି କାମ ନିଶ୍ଚୟ କରନ୍ତୁ। ଏହାଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଏକ ସୁସ୍ଥ ଓ ପୋଷଣରେ ଭରପୁର କିଛି ଜିନିଷ ଆପଣଙ୍କୁ ଶକ୍ତି ଯୋଗାଇବା ସହ ଥକ୍କାପଣ ଦୂର କରିଥାଏ। ତେଣୁ ଖରାବେଳ ଭୋଜନ କରିବା ପରେ ସେଓ, କଦଳୀ କିମ୍ବା ଆପଣଙ୍କୁ ଯେଉଁ ଫଳ ପସନ୍ଦ ଅଳ୍ପ ମାତ୍ରାରେ ଏହାର ସେବନ କରନ୍ତୁ। ଏହାସହ ଫଳ ଜୁସ୍ ମଧ୍ୟ ପିଇ ପାରିବେ।
ଖରାବେଳର ଭୋଜନ କରିବା ପରେ କିଛି ସମୟ ପାଇଁ ବାହାରେ ବୁଲି ଆସନ୍ତୁ କିମ୍ବା ଅଳ୍ପ କିଛି ସମୟ ଯୋଗ କରନ୍ତୁ। ଏହା ମଧ୍ୟ ଏକ ଉତ୍ତମ ବିକଳ୍ପ। ଏହା ଶରୀରକୁ ସୁସ୍ଥ ରଖିବା ସହ ଆଳସ୍ୟପଣ, ଥକ୍କାପଣ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ। କାମ କରିବାକୁ ଶକ୍ତି ପ୍ରଦାନ କରିଥାଏ।
ଖରାବେଳର ଖାଦ୍ୟ ଖାଇବା ପରେ କାର୍ୟ୍ୟାଳୟରେ ନିଦ ଲାଗିବାର ସବୁଠାରୁ ମୁଖ୍ୟ କାରଣ ହେଉଛି ଆବଶ୍ୟକତା ଠାରୁ ଅଧିକ ଭୋଜନ କରିବା। ତେଣୁ ଭୋକ ମାତ୍ରା ଅନୁଯାୟୀ, ଆବଶ୍ୟକ ପରିମାଣରେ ଖାଦ୍ୟ ଖାଆନ୍ତୁ। ଏହାସହ ଭାତ, ଆଳୁ, ପନୀରକୁ ଖାଆନ୍ତୁ ନାହିଁ। ନଚେତ୍ କମ୍ ପରିମାଣରେ ମାସକୁ ୭ ରୁ ୮ ଥର ଖାଆନ୍ତୁ।
ଖରାବେଳର ଖାଦ୍ୟ ଖାଇବା ପରେ କିଛି ସମୟ ପାଇଁ ସଙ୍ଗୀତ ଶୁଣନ୍ତୁ। ଏହା ଦ୍ୱାରା ମନ ଓ ମସ୍ତିଷ୍କକୁୁ ଶାନ୍ତି ମିଳିଥାଏ। ସତେଜ ମଧ୍ୟ ଅନୁଭବ ହୋଇଥାଏ।
ଖରାବେଳର ଭୋଜନ ପରେ କାର୍ୟ୍ୟାଳୟରେ ଲାପଟପରେ, ବହିରେ କିମ୍ବା ବଗିଚାରେ ରଙ୍ଗବେରଙ୍ଗର ଫୁଲ ଓ ବିଭିନ୍ନ ଗଛକୁ ଦେଖନ୍ତୁ। ଏହା ସବୁଠାରୁ ଉତ୍ତମ ଉପାୟ। ଏହାଦ୍ୱାରା ମନ ଓ ମସ୍ତିଷ୍କ ଶାନ୍ତ ରହିବା ସହ ଖୁସି ଅନୁଭବ ହୋଇଥାଏ।
Powered by Froala Editor