୨୫ ରେ ଓଡ଼ିଶା ଆସୁଛନ୍ତି ଅମିତ ଶାହ, ସୋନପୁରରେ ଜନସଭାକୁ କରିବେ ସମ୍ୱୋଧିତ
ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେଦିନ ସେ ସୋନପୁରରେ ଜନସଭାକୁ ସମ୍ୱୋଧିତ କରିବେ। ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କାର୍ୟ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଏନେଇ ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର।
ଶ୍ରୀ ମହାପାତ୍ର କହିଛନ୍ତି, ଓଡ଼ିଶାରେ ବିଜେପି ମାଆ, ମାଟି ଓ ମାତୃଭାଷାକୁ ନେଇ ଲଢ଼େଇ ଆରମ୍ଭ କରିଛି। ଏହି ଲଢ଼େଇର ଶୁଭାରମ୍ଭ ଆସନ୍ତା ୨୫ ତାରିଖ ଅପରାହ୍ନରେ ସୋନପୁର ମାଟିରୁ ଆରମ୍ଭ ହେବ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ୨୫ ତାରିଖରେ ସୋନପୁରରୁ ଓଡ଼ିଶାରେ ନିର୍ବାଚନ ଲଢ଼େଇର ବିଗୁଲ୍ ବଜାଇବେ। ଦିଲ୍ଲୀରେ ଯେଉଁ କଥା କହିଥିଲେ, ସେହି କଥାକୁ ଓଡ଼ିଶାବାସୀଙ୍କ ଆଗରେ ରଖିବା ପାଇଁ ସେ ଆସୁଛନ୍ତି। ସେଠାରେ ଏକ ବିଶାଳ ଜନ ସଭା ଆୟୋଜନ କରାଯିବ। ସେ ଜନସାଧାରଣଙ୍କୁ ସମ୍ୱୋଧିତ କରିବେ। ତା’ପରେ ସେ ଭୁବନେଶ୍ୱର ଆସିବେ। ସନ୍ଧ୍ୟା ବେଳେ ନିର୍ବାଚନ ରଣନୀତି ସମ୍ପର୍କରେ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ସହିତ ଆଲୋଚନା କରିବେ। ରାତିରେ ସେ ଭୁବନେଶ୍ୱରରେ ରହିବେ। ତେଣୁ ଆମେ ଉତ୍ସାହିତ ଅଛୁ। ଓଡ଼ିଶାରେ ବିଜେପିର ସରକାର ହେବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
Powered by Froala Editor