ନିଖୋଜ ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର
ଯାଜପୁର: ଗତକାଲି ନଦୀରେ ବୁଡି ନିଖୋଜ ଥିବା ୨ ଭାଇଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଶୁକ୍ରବାର ଉଦ୍ଧାର ହୋଇଛି । ଗୁରୁବାର ଖରସ୍ରୋତା ନଦୀରେ ରସୁଲପୁର ବ୍ଲକ ପହଙ୍ଗା ପଞ୍ଚାୟତ ଜୋକଡ଼ିଆଠାରେ ଶିବାନନ୍ଦ ନଗରର ୨ ଭାଇ ଗାଧୋଇବାବେଳେ ବୁଡିଯାଇ ନିଖୋଜ ଥିଲେ । ନଦୀରେ ଗାଧୋଇବା ବେଳେ ପ୍ରଥମେ ବଡ ଭାଇ ବୁଡି ଯାଇଥିଲେ। ବଡ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନଦୀରେ ବୁଡି ଯାଇଥିଲେ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଭୟଙ୍କୁ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳେ ଜୋକଡ଼ିଆ ନୂଆ ସେତୁ ନିକଟରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।
Powered by Froala Editor