ଆଉ ନାହାଁନ୍ତି ବରିଷ୍ଠ ଅଭିନେତା ସଚ୍ଚି ଦାସ
ଭୁବନେଶ୍ଵର: ବରିଷ୍ଠ ଓଡ଼ିଆ ଅଭିନେତା ତଥା ନିର୍ଦେଶକ ସଚ୍ଚି ଦାସ(୮୮)ଙ୍କର ପରଲୋକ ଘଟିଛି। ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ରାଜ୍ୟ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି।
ସଚ୍ଚି ଦାସ ଅନେକ ଚଳଚ୍ଚିତ୍ର, ମେଗା ଧାରାବାହିକ ଓ ମଞ୍ଚରେ ଅଭିନୟ କରିବା ସହିତ ଜଣେ ନିର୍ଦ୍ଦେଶକ ଭାବେ ମଧ୍ୟ ବେଶ୍ ସୁନାମ ଅର୍ଜନ କରିଥିଲେ। ବିଶେଷ କରି ଯାତ୍ରା ଜଗତରେ ଜଣେ ସଫଳ ନିର୍ଦେଶକ ଭାବେ ସେ ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।
Powered by Froala Editor