ସାଢେ ୮ଟା ସୁଦ୍ଧା ୩୪ ଡିଗ୍ରୀ ଟପିଲାଣି ତାପମାତ୍ରା
ଭୁବନେଶ୍ଵର: ସକାଳୁ ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସିଝିଲାଣି ସାରା ରାଜ୍ୟ। ସକାଳ ସାଢେ ୮ଟାରେ ଅନେକ ସହରର ତାପମାତ୍ରା ୩୪ ଡିଗ୍ରୀ ଟପିଲାଣି । ମଙ୍ଗଳବାର ସକାଳେ ୮ଟା ୩୦ ସୁଦ୍ଧା ଭୁବନେଶ୍ଵରର ତାପମାତ୍ରା ୩୨.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଆଜି ସେହି ସମୟରେ ରାଜଧାନୀର ତାପମାତ୍ରା ୩୩.୪ ଡିଗ୍ରୀ ଛୁଇଁଛି। ସେହିପରି ମଙ୍ଗଳବାର ରାଜଧାନୀର ଆଦ୍ରତା ୮ଟା ୩୦ ସୁଦ୍ଧା ୬୫ ପ୍ରତିଶତ ରେକର୍ଡ କରାଯାଇଥିବାବେଳେ ଆଜି ତାହା ୭୩ ପ୍ରତିଶତ ରହିଛି। ଆଜି ଭବନୀପାଟଣାରେ ୩୪.୮ ଡିଗ୍ରୀ, ତାଳଚେର ୩୪.୪, ବାଲେଶ୍ଵରରେ ୩୪, ବାରିପଦାରେ ୩୩.୬ , ଚାନ୍ଦବାଲିରେ ୩୩.୨, ଜଗତସିଂହପୁର ୩୩.୨, ହୀରାକୁଦ ୩୨.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ୩୪.୮ ଡିଗ୍ରୀ ସହ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି।
Powered by Froala Editor