ଦନ୍ତା ଆକ୍ରମଣରେ ବୃଦ୍ଧ ମୃତ
ଆଠଗଡ: କଟକ ଜିଲ୍ଲା ଆଠଗଡ ଗୁରୁଡିଝାଟିଆ ଥାନା କାଣ୍ଡମୁଗୁରୀ ଗାଁରେ ହାତୀ ଆତଙ୍କ। ଦନ୍ତା ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଟୁବୁରୁ ହନାଗା ବୋଲି ଜଣାପଡିଛି। ଟୁବୁରୁ ମଙ୍ଗଳବାର ରାତିରେ ଅଶୋକାଷ୍ଟମୀ ଯାତ୍ରା ଦେଖିବାକୁ ରାଧାଦାମୋଦରପୁର ଗାଁକୁ ଯାଇଥିଲେ। ଏତିକିବେଳେ ସେ ଦନ୍ତା ଆକ୍ରମଣର ଶିକାର ହୋଇଥିଲେ। ପରେ ଖବର ପାଇ ଖୁଣ୍ଟୁଣୀ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଗତ ତିନି ଦିନ ତଳେ ଗୋବରୀ ଗାଁରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା।
Powered by Froala Editor