ଯୁବକଙ୍କୁ ଧକ୍କା ଦେଲା ଆମ୍ବୁଲାନ୍ସ

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବାମଣ୍ଡା ଛକ ନିକଟରେ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ସୂଚନା ମୁତାବକ ବୌଦ୍ଧ ବାବୁସାହିର ବିଶ୍ଵାମିତ୍ର ପ୍ରଧାନ ବାଇକ୍ ଯୋଗେ ଯାଉଥିବାବେଳେ ବାମଣ୍ଡା ଛକ ନିକଟରେ ବୌଦ୍ଧ ପଟରୁ ଯାଉଥିବା ଏକ ଜନନୀ ଆମ୍ବୁଲାନ୍ସ ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ବିଶ୍ଵାମିତ୍ରଙ୍କୁ ବୌଦ୍ଧ ମୁଖ୍ୟାଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Powered by Froala Editor