ଏହି ୪ ନେତାଙ୍କୁ ବିଜେଡି ଦେଲା ନୂଆ ଦାୟିତ୍ଵ
ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ୪ ନେତାଙ୍କୁ ନୂଆ ଦାୟିତ୍ଵ ଦେଇଛି ବିଜେଡି। ଭୁବନେଶ୍ଵର ସାଂଗଠନିକ ଜିଲାରେ ଭିନ୍ନ ଭିନ୍ନ ଦାୟିତ୍ଵରେ ୪ଜଣ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରାଯାଇଛି। ଜିଲା ସଭାପତି ସୁଶାନ୍ତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି।
ବଦ୍ରି ନାରାୟଣ ମିଶ୍ର ବିଜେଡି ଭୁବନେଶ୍ଵର ସାଂଗଠନିକ ଜିଲାର ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଥିବାବେଳେ ସଦାଶିବ ଜେନାଙ୍କୁ ଉପସଭାପତି ଦାୟିତ୍ଵ ଦିଆଯାଇଛି। ସେହିପରି ସୁଲେଖା ରଥ ଓ କାଳୀ ଚରଣ ସିଂହ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି।
Powered by Froala Editor