ନିର୍ବାଚନରେ ପେଙ୍ଗୁଇନ୍କୁ ମିଳିଥିଲା ଲକ୍ଷେ ଭୋଟ୍

ଏବେ ଦେଶରେ ନିର୍ବାଚନୀ ହାୱା ଚାଲିଛି । ଅନେକ ପ୍ରାର୍ଥୀ ଠିଆ ହୋଇଛନ୍ତି । ଲୋକେ ନିଜ ମତାମତ ଦେଇ ସେମାନଙ୍କ ପସନ୍ଦର ନେତା ବାଛିବେ । ହେଲେ କେବେ ଶୁଣିଛନ୍ତି କି, ଏକ ପେଙ୍ଗୁଇନ ମଧ୍ୟ ନିର୍ବାଚନ ଲଢ଼ିଥିଲା ଆଉ ଲକ୍ଷେରୁ ଅଧିକ ଭୋଟ୍ ବି ପାଇଥିଲା । ହଁ ଏକଥା ସତ । ଅନେକ ଦେଶର ସ୍ଥାନୀୟ ନିର୍ବାଚନରେ ମଣିଷଙ୍କ ବ୍ୟତୀତ ପଶପକ୍ଷୀ ମଧ୍ୟ ଛିଡ଼ା ହୋଇ ସାଙ୍କେତିକ ଭାବରେ ନିର୍ବାଚତ ହୋଇଛନ୍ତି। ହେଲେ ଭାରତରେ ନୁହେଁ ୧୯୬୭ ମସିହାରେ ବ୍ରାଜିଲରେ ହୋଇଥିଲା ଏହି ମତଦାନ ।
୧୯୬୭ରେ ବ୍ରାଜିଲର ରିଓ ଡି ଜେନେରିଓରେ ଏକ ଦେଢ ଼ ଫୁଟ ଉଚ୍ଚର ପେଙ୍ଗୁଇନ ମେୟର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ବ୍ରାଜିଲର ରାଇନୋସୋରେଶ ନାମକୁ ଏକ ପାର୍ଟି ଏହି ପେଙ୍ଗୁଇନକୁ ଟିକେଟ୍ ଦେଇଥିଲା। କିନ୍ତୁ ସବୁଠାରୁ କୌତୁହଳର ବିଷୟ ହେଉଛି ସେହି ନିର୍ବାଚନରେ ଏହି ପେଙ୍ଗୁଇନକୁ ଏକ ଲକ୍ଷେରୁ ଅଧିକ ଭୋଟ୍ ମିଳିଥିଲା।
Powered by Froala Editor