୪ଦିନ ଉପରମୁହାଁ ରହିବ ପାରଦ, ୪୪ଡିଗ୍ରୀ ଛୁଇଁବ ତାପମାତ୍ରା
ଭୁବନେଶ୍ୱର: ଆଜିଠୁ ପୁଣି ବଢିବ ତାତି। ୪ଦିନ ଯାଏ ରାଜ୍ୟରେ ଉପରମୁହାଁ ରହିବ ପାରଦ। ଦିନ ତାପମାତ୍ରା ୬ରୁ ୮ଡିଗ୍ରୀ ଯାଏ ବୃଦ୍ଧି ହୋଇ ୪୩ରୁ ୪୪ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୪ ଓ ୧୫ ତାରିଖରେ ହିଟ୍ ୱେଭ୍ ପାଇଁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମ ଆଦ୍ର ପାଣିପାଗ ସ୍ଥିତି ରହିବ। ୧୫ତାରିଖରେ ୭ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବା ସମ୍ଭାବନା ଥିବାରୁ ସତର୍କ କରିଛି ପାଣିପାଗ ବିଭାଗ। ଉପକୂଳ ଅଂଚଳରେ ଗୁଳୁଗୁଳି ଅନୁଭୂତ ହେବ, ରାତି ତାପମାତ୍ରା ୩ରୁ ୪ଡିଗ୍ରୀ ବଢିବ। ସେହିପରି ୧୭ ଓ ୧୮ ତାରିଖ ବେଳକୁ ଗ୍ରୀଷ୍ମ ପ୍ରବାହ ଅସମ୍ଭାଳ ହୋଇପାରେ। ଗତ କିଛି ଦିନ ଧରି ରାଜ୍ୟରେ କାଳବୈଶାଖୀ ବର୍ଷା ଯୋଗୁଁ ପାଗରେ ପରିବର୍ତ୍ତନ ଘଟିଥିଲା। ପ୍ରବଳ ଗରମ ଗୁଳୁଗୁଳିରୁ ଆଶ୍ୱସ୍ତି ଲାଭ କରିଥିଲେ ଲୋକେ।
Powered by Froala Editor