ଇନ୍ଦିରାଙ୍କ ପରେ ନ୍ୟୁଜ୍ୱିକ୍ର କଭରପେଜ୍ରେ ମୋଦି
ଲୋକପ୍ରିୟ ନେତାଙ୍କ ତାଲିକାରେ ମୋଦିଙ୍କ କ୍ରେଜ୍ ଅଧିକ । ହେଲେ ବଡ଼ କଥା ହେଉଛି ଇନ୍ଦିରାଗାନ୍ଧୀଙ୍କ ପରେ ଦେଶର ମୋଦି ହିଁ ଜଣେ ନେତା ଯାହାଙ୍କ ଆମେରିକାର ପ୍ରସିଦ୍ଧ ସାପ୍ତାହିକ ମାଗାଜିନ କଭର ପେଜ୍ ଷ୍ଟୋରୀ ରେ ଫଟୋ ରହିଛି। ଦୀର୍ଘ ୯୦ ମିନିଟ ଧରି ନ୍ୟୁଜ୍ୱିକ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତକାର ଦେଇଛନ୍ତି।
ସାକ୍ଷାତକାର ସମୟରେ ମୋଦି କହିଛନ୍ତି, ଭାରତ ପାଇଁ ଚାଇନା ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ ଏବଂ ମହତ୍ତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ ଆମର ସୀମା ଉପରେ ଦୀର୍ଘ ଦିନ ଧରି ଚାଲିଥିବା ପରିସ୍ଥିତି ବିଷୟରେ ଆଲୋଚନା କରିବା ଉଚିତ୍। ଯାହା ଦ୍ୱାରା ବିବାଦକୁ ପଛରେ ଛାଡି ଦିଆଯାଇପାରେ।
କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ୱ ପାଇଁ ଭାରତ ଏବଂ ଚାଇନା ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ଦ୍ୱିପାକ୍ଷିକ ଯୋଗଦାନ ମାଧ୍ୟମରେ ସୀମାରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବ ବୋଲି ମୁଁ ଆଶା କରୁଛି ।
ନ୍ୟୁଜ୍ୱିକ୍ର ଏହି ସାକ୍ଷାତକାର ଦେଶ ପାଇଁ ମହତ୍ୱପୂର୍ଣ୍ଣ ଅଟେ । ଇନ୍ଦିରାଗାନ୍ଧୀ ଶକ୍ତିଶାଳୀ ନେତ୍ରୀ ଥିଲେ । ଏହାପରେ ଆମେରିକାର ପ୍ରସିଦ୍ଧ ମାଗାଜିନରେ ମୋଦିଙ୍କ ଫଟୋ ସତରେ ଦେଶ ପାଇଁ ଗୌରବ ଅଟେ । ଏହି କଭରପେଜ୍ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦେଶରେ ନିର୍ବାଚନୀ ହାୱା ବୋହୁଥିବାବେଳେ ମୋଦିଙ୍କ ଏହି ଫଟୋ ବିଜେପି ପାଇଁ ସକାରାତ୍ମକ ହେବ ବୋଲି ଆଶା କରାଯାଉଛି ।
Powered by Froala Editor