୭୧,୦୦୦ ଡେଇଁଲା ସୁନା

ଭାରତରେ ୧୦ମ ଗ୍ରା ସୁନାର ଦାମ୍ ଏବେ ୭୧,୦୦୦ ଡେଇଁଛି। ପ୍ରଥମ ଥର ପାଇଁ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ଦାମ୍ ୭୧,୦୦୦ ଟଙ୍କା ଅତିକ୍ରମ କରିଛି। MCX ଉପରେ ସୁନାର ସର୍ବୋଚ୍ଚ ମୂଲ୍ୟ ୧୦ ଗ୍ରାମ ପ୍ରତି ୭୧୦୫୭ ଟଙ୍କା ରହିଛି। ଫଳରେ ଖାଣ୍ଟି ସୁନା ଦାମ୍ ୧୦ ଗ୍ରାମ ପିଛା ୭୧,୬୨୦ ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୬୫,୬୫୦ ରହିଛି।
ରୂପା ଦାମ୍ରେ ମଧ୍ୟ ବୃଦ୍ଧି ଘଟି ୮୧,୦୦୦ରେ ପହଞ୍ଚିଛି। କାରବାର ଖୋଲିବା ମାତ୍ରେ ରୂପା ୧୦୪୦ରୁ ଅଧିକ ଟଙ୍କା ବୃଦ୍ଧି ପାଇଛି। ରୂପା ବର୍ତ୍ତମାନ ୮୨,୦୦୦ ଟଙ୍କା ପାଖାପାଖି ଗତି କରୁଛି। MCX ଉପରେ ରୂପାର କିଲୋଗ୍ରାମ ପିଛା ୮୧୯୫୫ ଟଙ୍କା ମୂଲ୍ୟ ରହିଛି, ଯାହା ଏହାର ସର୍ବକାଳୀନ ଉଚ୍ଚ ସ୍ତର।
Powered by Froala Editor