୮୭୭୪ଟି ସିମ୍ କାର୍ଡ ଜବତ ଘଟଣାର ତଦନ୍ତ ଆରମ୍ଭ : ନିର୍ବାଚନରେ ବାଧା ପାଇଁ ହୋଇପାରେ ଷଡ଼ଯନ୍ତ୍ର
ଲୋକସଭା ନିର୍ବାଚନ ପୂର୍ବରୁ ବିହାରର ଗୋପାଳଗଞ୍ଜରେ ୮୭୭୪ଟି ସିମ୍ କାର୍ଡ ଓ ନେପାଳୀ ମୁଦ୍ରା ଜବତ ହେବା ଘଟଣାର ତଦନ୍ତ ଆରମ୍ଭ କରିଛି ସୁରକ୍ଷା ଏଜେନ୍ସି। ଏତେ ପରିମାଣର ସିମ୍ କାର୍ଡ ଲୋକସଭା ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର ହୋଇପାରେ ବୋଲି ପୁଲିସ ଓ ତଦନ୍ତକାରୀ ସଂସ୍ଥା ଆଶଙ୍କା କରୁଛନ୍ତି। ଅର୍ଥନୈତିକ ଅପରାଧ ୟୁନିଟ୍ (ଇଓୟୁ) ଏବଂ ବିହାର ଏଟିଏସ୍ ଏହି ମାମଲାର ତଦନ୍ତ କରୁଛନ୍ତି।
ସିମ କାର୍ଡକୁ ଦିଲ୍ଲୀରୁ ବିମାନ ଯୋଗେ ଗୋରଖପୁର ବିମାନବନ୍ଦରକୁ ଅଣାଯାଇଥିଲା। ଏହା ପରେ ନେପାଳରୁ ଆସିଥିବା ପଶ୍ଚିମବଙ୍ଗର ମାଲଦା ଜିଲାର ତିନିଜଣ ଯୁବକ ନିଜେ ବିମାନବନ୍ଦରରେ ସିମ କାର୍ଡ ପାଇଥିଲେ। ଗିରଫ ୩ ଯୁବକ ପଶ୍ଚିମବଙ୍ଗର ମାଲଦାର ବାସିନ୍ଦା ବୋଲି ଦାବି କରିଛନ୍ତି। କିନ୍ତୁ ଦୁହେଁ ବାଂଲାଦେଶୀ ବୋଲି ପୁଲିସକୁ ସୂଚନା ମିଳିଥିବାରୁ ଏହାର ତଦନ୍ତ ମଧ୍ୟ କରାଯାଉଛି। ଗୋପାଳଗଞ୍ଜ ଏସପି ସ୍ୱର୍ଣ୍ଣ ପ୍ରଭାତ କହିଛନ୍ତି ଯେ ତଦନ୍ତକାରୀ ଏଜେନ୍ସିମାନେ ଯାହା ସାହାଯ୍ୟ ମାଗିବେ ସେଥିରେ ପୋଲିସ ସହଯୋଗ କରିବ।
ନେପାଳର କାଠମାଣ୍ଡୁରୁ ପୁରା ନେଟୱାର୍କ ଚାଲୁଥିଲା । ତେଣୁ ସୁରକ୍ଷା ଏଜେନ୍ସି ଭୟ କରୁଛନ୍ତି ଯେ ଶତ୍ରୁ ଦେଶ ଚାଇନା ମଧ୍ୟ ଏହା ପଛରେ ଥାଇପାରେ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୫ ତାରିଖରେ ଗୋପାଳଗଞ୍ଜର କୁଚାଇକୋଟ ଥାନା ପୁଲିସ ୟୁପି-ବିହାରର ବାଲଥରୀ ଚେକପୋଷ୍ଟରୁ ଏକ କାରରୁ ୮ ହଜାର ୭୭୪ଟି ସିମ୍ କାର୍ଡ ଓ ୧୮ ହଜାର ନେପାଳୀ ମୁଦ୍ରା ଜବତ କରିଥିଲା। ଗିରଫ ଯୁବକମାନେ ଏହି ସିମ୍ କାର୍ଡକୁ ସାଇବର ଠକେଇରେ ବ୍ୟବହାର କରାଯାଇଥିବା ପୁଲିସକୁ କହିଥିଲେ।
Powered by Froala Editor