ଆଲୋକ୍ସା ଦ୍ୱାରା ସାନ ଭଉଣୀର ଜୀବନ ବଞ୍ଚାଇଲା ୧୦ ବର୍ଷର ଝିଅ

ମୋବାଇଲ ଟେକ୍ନୋଲୋଜି ବ୍ୟବହାର କରି ଛୋଟ ପିଲାମାନେ ବିଗିଡି ଯାଉଛନ୍ତି । ହେଲେ ଜଣେ ୧୦ ବର୍ଷର ଝିଅ ନିକିତା ଏହି ଟେକ୍ନୋଲୋଜିର ସଦୁପଯୋଗ କରି ନିଜ ସାନ ଭଉଣୀର ଜୀବନ ରକ୍ଷା କରିଛନ୍ତି । ମାଙ୍କଡଙ୍କ ଆକ୍ରମଣରୁ ଝିଅଟି ସାନ ଭଉଣୀକୁ ବଞ୍ଚାଇ ପାରିଛନ୍ତି । ଏ ଘଟଣା ଉତ୍ତରପ୍ରଦେଶର ଏକ ବସ୍ତିର ।
ଦୁଇ ଭଉଣୀ ଘରେ ଥିବାବେଳେ ମାଙ୍କଡ ଦଳ ଘର ଭିତରକୁ ପଶି ଆସିଥିଲେ । ସାନ ଭଉଣୀ ଖେଳୁଥିବାବେଳେ ମାଙ୍କଡ ତା ପାଖକୁ ଚାଲି ଆସିଥିଲେ । ଯେତେବେଳେ ମାଙ୍କଡ଼ମାନେ ଘରେ ପ୍ରବେଶ କଲେ, ନିକିତା ସେଠରେ ଥିବା ଜିନିଷ ଫିଙ୍ଗିବା ଆରମ୍ଭ କଲେ। ନିକିତାଙ୍କ ସାନ ଭଉଣୀ ମଧ୍ୟ ମାଙ୍କଡ଼ ଦଳ ମଧ୍ୟରେ ଫସି ଯାଇଥିଲେ। ଏଭଳି ପରିସ୍ଥିତିରେ ମାଙ୍କଡମାନେ ଝିଅକୁ କ୍ଷତି ପହଞ୍ଚାଇବାର ସମସ୍ତ ସମ୍ଭାବନା ଥିଲା।
ବଡ଼ ଭଉଣୀ ନିକିତା କ’ଣ କରିବେ ଭାବି ସଙ୍ଗେ ସଙ୍ଗେ ମୋବାଇଲକୁ ଧରି ଆଲେକ୍ସା ବ୍ୟବହାର କରିଥିଲେ । କହିଥିଲେ, ଆଲେକ୍ସା କୁତୋଁ କି ଆୱାଜ ନିକାଲୋ ।’ ବାସ୍ କୁକୁର ଭୁକିବା ଜାରି ମାଙ୍କଡ ପଲ ସେଠାରୁ ଚାଲିଯାଇଥିଲେ । ମାଙ୍କଡ଼ ଦଳ ଭାବିଲେ ଯେ ଘରେ କୁକୁର ଅଛନ୍ତି ଏବଂ ସେମାନେ ସେମାନଙ୍କୁ ଆକ୍ରମଣ କରିପାରନ୍ତି, ତେଣୁ ସବୁ ମାଙ୍କଡ ସେଠାରୁ ପଳାୟନ କଲେ। ଏହି ସମୟରେ ବଡ଼ ଭଉଣୀ ନିକିତା ବୁଦ୍ଧି ଖଟାଇ ଭଉଣୀର ଜୀବନ ରକ୍ଷା କରିଥିଲେ।
Powered by Froala Editor