ଯଦି ଆତଙ୍କବାଦୀ ଭାରତରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି, ତାଙ୍କୁ ଉଚିତ ଜବାବ ଦିଆଯିବ: ରାଜନାଥ ସିଂହ

ନୂଆଦିଲ୍ଲୀ: ଜାତୀୟ ଗଣମାଧ୍ୟମର ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆତଙ୍କ ସୃଷ୍ଟି କରୁଥିବା ପାକିସ୍ତାନକୁ ସିଧାସଳଖ ଏବଂ କଡ଼ା ବାର୍ତ୍ତା ଦେଇଛନ୍ତି। ପଡ଼ୋଶୀ ଦେଶ ଦ୍ୱାରା ଆତଙ୍କବାଦ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ରାଜନାଥ ସିଂହ କହିଛନ୍ତି ,ଯଦି କୌଣସି ଆତଙ୍କବାଦୀ ପାକିସ୍ତାନକୁ ପଳାଇଯାଏ ତେବେ ପିଛା କରି ପାକିସ୍ତାନରେ ପଶି ସେଠାରେ ତାକୁ ମାରିଦେବୁ । ଯଦି କୌଣସି ଆତଙ୍କବାଦୀ ଭାରତରେ ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରନ୍ତି ତେବେ ତାଙ୍କୁ ଉଚିତ ଜବାବ ଦିଆଯିବ ବୋଲି ରାଜନାଥ କହିଛନ୍ତି।
ବ୍ରିଟିଶ ଖବରକାଗଜ ‘ଦ ଗାର୍ଡିଆନ୍’ ନିଜ ରିପୋର୍ଟରେ ପ୍ରକାଶ ପାଇଛି ଯେ, ବିଦେଶମାଟିରୁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ରଣନୀତି ଅନୁଯାୟୀ ଭାରତ ସରକାର ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖବରକାଗଜର ଏହି ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସିଧାସଳଖ ଖଣ୍ଡନ କରିଛି। ବୈଦେଶିକ ମନ୍ତ୍ରାଳୟ ଏହି ରିପୋର୍ଟକୁ ମିଥ୍ୟା ବୋଲି କହିବା ସହ ଏହାକୁ ଭାରତ ବିରୋଧୀ ପ୍ରଚାର ବୋଲି କହିଛି।
Powered by Froala Editor