ରେକର୍ଡ : ୭୦ ହଜାର ଟପିଲା ସୁନା

ଘରୋଇ ବଜାରରେ ସୁନା ଦର କ୍ରମାଗତ ବୃଦ୍ଧି ପାଉଛି। ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସୁନାର ମୂଲ୍ୟ ରେକର୍ଡ ଭାଙ୍ଗିଛି। ୭୦,୦୦୦ ଟପିଛି ଏହାର ଦାମ୍। ବିଶେଷକରି ଅନ୍ତର୍ଜାତୀୟ ବଜାରରେ ସୁନା ଦର ବୃଦ୍ଧି ସାଙ୍ଗକୁ ୟୁଏସ୍ ଡଲାରର ପଏଣ୍ଟ ବଢ଼ିବା କାରଣରୁ ଘରୋଇ ବଜାରରେ ମଧ୍ୟ ସୁନା ଦର ପ୍ରଭାବିତ ହୋଇଛି। ଫଳରେ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଅପରପକ୍ଷରେ ମଧ୍ୟପ୍ରାଚ୍ୟ (ମିଡିଲ ଇଷ୍ଟ) ବଜାରରେ ଦେଖାଦେଇଥିତ୍ବା ଅସ୍ଥିରତା ଏବଂ ୟୁଏସ୍ ଫେଡେରାଲର ସୁଧ ହାର ବୃଦ୍ଧି ଏବଂ ଡଲାରର ମଜଭୁତ ସ୍ଥିତି ଯୋଗୁ ଦର ବୃଦ୍ଧି ହେଉଛି ବୋଲି ବଜାର ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏମସିଏକ୍ସର ଫ୍ୟୁଚର ବଜାରରେ ସୁନା ୭୦,୦୦୦ ଟଙ୍କା ଅତିକ୍ରମ କରିଛି। ଫଳରେ ଓଡ଼ିଶାରେ ଖାଣ୍ଟି ସୁନା ତଥା ୨୪ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୭୦, ୪୭୦ଟଙ୍କାରେ ପହଞ୍ଚିଛି। ସେହିପରି ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପିଛା ୬୪, ୬୦୦ ରହିଛି।
ନୂଆଦିଲ୍ଲୀ ବଜାରରେ ୨୪ କ୍ୟାରେଟ ସୁନାର ମୂଲ୍ୟ ୭୦,୧୪୦ ଟଙ୍କା ରହିଥିଲାବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୬୩,୪୯୦ ଟଙ୍କାରେ କାରବାର ହେଉଛି। ଏପରିକି ଦେଶର ପ୍ରମୁଖ ମହାନଗର କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଭଳି ଅଗ୍ରଣୀ ସୁନା ବଜାରର ଦର ଉଭୟ ୨୪ ଓ ୨୨ କ୍ୟାରେଟର ମୂଲ୍ୟ ୬୯,୦୦୦-୭୦,୦୦୦ ଏବଂ ୬୩,୦୦୦-୬୩,୫୦୦ ଟଙ୍କାରେ ରହିଛି।
Powered by Froala Editor