କଙ୍ଗନା ବିବାଦୀୟ ଟିପ୍ପଣୀ : ପ୍ରେମିକାଙ୍କୁ ବାହା ହୋଇ ପାରିଲେ ନାହିଁ ତେଣୁ ରାହୁଲ ରାଜନୀତିକୁ ଓହ୍ଲାଇଛନ୍ତି

ହିମାଚଳ ପ୍ରଦେଶର ମଣ୍ଡିରୁ ଲୋକ ସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ପ୍ରତିଦ୍ୱନ୍ଦିତା କରିବେ ଅଭିନେତ୍ରୀ କଙ୍ଗନା ରଣାଓ୍ବତ। କଙ୍ଗନା ମଣ୍ଡି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ସେ ପୂର୍ବରୁ ରାଜନୀତିକୁ ନେଇ ଦେଇଥିବା ପ୍ରତିକ୍ରିୟା ସବୁ ଭାଇରାଲ ହେଉଛ। ଏଭଳି ସ୍ଥିତିରେ କଙ୍ଗନା ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇଥିଲେ।
ସାକ୍ଷାତକାରେ କଙ୍ଗନା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଅଭିନେତ୍ରୀ କହିଛନ୍ତି, ରାହୁଲ ଯେଉଁ ଝିଅଙ୍କୁ ଭଲ ପାଉଥିଲେ ତାଙ୍କୁ ବାହା ହୋଇ ପାରିଲେ ନାହିଁ। ତେଣୁ ସେ ରାଜନୀତିକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି। ସେଥିପାଇଁ ତ ଏଯାବତ ସେ କୌଣସି ଝିଅଙ୍କୁ ବିବାହ କରିନାହାନ୍ତି।
ରାହୁଲ ଓ ପ୍ରିୟଙ୍କାଙ୍କୁ ସେ ପରିସ୍ଥିତିର ଦାସ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଏହି ଦୁଇଜଣଙ୍କ ଭାଗ୍ୟ ପାଇଁ ତାଙ୍କ ମାଆ ତଥା ଦଳର ପୂର୍ବ ସଭାପତି ସୋନିଆ ଗାନ୍ଧୀ ଦାୟୀ ଅଟନ୍ତି। ରାହୁଲ ଜଣେ ମହତ୍ତ୍ୱାକାଙ୍ଖି ମାଆଙ୍କର ପୁଅ ଅଟନ୍ତି। ଦୁଇ ଭାଇଭଉଣୀ ତାଙ୍କ ଜୀବନରେ କିଛି ଭଲ କରିପାରିଥା’ନ୍ତେ ହେଲେ ତାଙ୍କ ମାଆ ସେମାନଙ୍କ ଉପରେ ଚାପ ପକାଇଛନ୍ତି। ଦୁହିଁଙ୍କ ରାଜନୀତିରେ କୌଣସି ଭବିଷ୍ୟତ ନାହିଁ ବୋଲି ମୁଁ ଅନୁଭବ କରେ। ହୋଇପାରେ ମୋର ଅନୁଭବ ଭୁଲ ବି ହୋଇଥାଇପାରେ।’
Powered by Froala Editor