ରାଜଭବନ ସାମ୍ନାରେ ରହିବ ମାଷ୍ଟରକ୍ୟାଣ୍ଟିନ ଘୋଡ଼ା
ଭୁବନେଶ୍ୱର : ଦଶନ୍ଧି ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ସେଠାରୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି । ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନିଆଯିବ ବୋଲି ନିଷ୍ପତ୍ତି ନିଆ ସରିଲାଣି । ସଂସ୍କୃତି ବିଭାଗ ନିଦେ୍ର୍ଧଶକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ଏଠାରେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ଘୋଡ଼ାକୁ ନେଇ ଥୋଇ ଦେବାକୁ ବିଡିଏକୁ ଦାୟିତ୍ୱ ଦିଆଯାଇଛି । ମାସକ ମଧ୍ୟରେ ବିଡିଏ ଏହାକୁ ସ୍ଥାନାନ୍ତର କରିବ ବୋଲି କୁହାଯାଇଛି । ବିଶ୍ୱ ଐତିହ୍ୟ କୋଣାର୍କର ଅବିକଳ ଢାଞ୍ଚାରେ ନିର୍ମିତ ଯେଉଁ ଘୋଡ଼ା ରାଜଧାନୀର ପରିଚୟ ଏବଂ ଓଡ଼ିଶା ଶାସନର ପ୍ରତୀକ ପାଲଟିଛି । ସେହି ମୂର୍ତ୍ତିକୁ ରାଜଭବନ ଛକ ଗୋଲେଇକୁ ସ୍ଥାନାନ୍ତରିତ ହେବ । ବିଧାନସୌଧର ଠିକ୍ ସାମ୍ନାରେ ଏହି ପ୍ରତୀକାତ୍ମକ ଘୋଡ଼ା ଓ ଯୋଦ୍ଧାକୁ ୧୯୮୮ ମସିହାରେ ସ୍ଥାପିତ କରାଯାଇଥିଲା । ଉଦେ୍ଧଶ୍ୟ ଥିଲା; ଓଡ଼ିଶା ଶାସନର ଯେଉଁ ଲୋଗୋ ଅଛି ତାହା ପ୍ରକୃତରେ କେମିତି ଦେଖାଯାଏ ତାହା ଜଣେ ସାଧାରଣ ଲୋକ ଏହିଠାରେ ପ୍ରାଞ୍ଜଳ ଭାବେ ଜାଣିପାରିବ ।
Powered by Froala Editor