ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କେବେ?
ଭୁବନେଶ୍ୱର: ବାଲେଶ୍ୱରରୁ ବିଜେଡିର ସାଂସଦ ପ୍ରାର୍ଥୀ କିଏ? ଦଳ ୨୦ଟି ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କେବଳ ବାଲେଶ୍ୱର ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି । ତେବେ ବାଲେଶ୍ୱର ପାଇଁ କିଏ ପ୍ରାର୍ଥୀ ହେବେ ସେନେଇ ନିଷ୍କର୍ଷ ବାହାରି ପାରିନଥିବା କୁହାଯାଉଛି । ବାଲେଶ୍ୱରରେ ବିଜେପି ପୁଣିଥରେ ପ୍ରତାପ ଷଡଙ୍ଗୀଙ୍କୁ ପ୍ରାର୍ଥୀ କରିଛି । ତେଣୁ ପ୍ରତାପ ଷଡଙ୍ଗୀଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଅଙ୍କ କଷୁଛି ଦଳ ।
ଦଳର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ନିର୍ବାଚନ ଲଢିବାକୁ ପୂର୍ବରୁ ମନା କରିଥିଲେ । ତେଣୁ ଦଳର ବିଜୟ ପାଇଁ ରାଜ୍ୟସ୍ତରୀୟ ନେତା ରବୀନ୍ଦ୍ର ଜେନାଙ୍କ ସହ ଆଲୋଚନା କରିଛନ୍ତି । ତାଙ୍କୁ ରାଜି କରାଇ ପୁଣି ଥରେ ପ୍ରାର୍ଥୀ କରିବାକୁ ଉଦ୍ୟମ କରାଯାଉଥିବା କୁହାଯାଉଛି । ଏପରି ସ୍ଥିତିରେ ଦଳ କାହାକୁ ପ୍ରାର୍ଥୀ କରିବ ତାହା ଉପରେ ନଜର ରହିଛି । ସେପଟେ କଂଗ୍ରେସ ମଧ୍ୟ ବାଲେଶ୍ୱର ପାଇଁ କାହାରି ନାଁ ଘୋଷଣା କରିନାହିଁ ।
Powered by Froala Editor