ସ୍ନାନପୂର୍ଣ୍ଣିମାରେ ପୁରୀରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା
ପୁରୀ: ଆସନ୍ତା 24 ତାରିଖରେ ସ୍ନାନପୂର୍ଣ୍ଣିମା । ଯାହାକୁ ନେଇ ପୁରୀ ପୁଲିସ କଡା ବ୍ୟବସ୍ଥା କରିଛି । ବିନା ଭକ୍ତରେ ହେବାକୁ ଥିବା ସ୍ନାନଯାତ୍ରାକୁ କରାଯିବ ସୃଙ୍ଖଳିତ । ୨୩ ତାରିଖ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବ ଏନଫୋର୍ସମେଣ୍ଟ । ପ୍ରାୟ ୩୫ ପ୍ଲାଟୁନ ଫୋର୍ସ ହେବେ ମୁତୟନ ।
ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ଓ ତାର ଚତୁର୍ପାର୍ଶ୍ୱକୁ ଗୋଟିଏ ଜୋନ୍ , ସାହି ବସ୍ତିକୁ ଦ୍ୱିତୀୟ ଜୋନ ଓ ଟ୍ରାଫିକ ଅଞ୍ଚଳକୁ ତୃତୀୟ ଜୋନରେ ରଖାଯାଇଛି । ସ୍ନାନପୂର୍ଣ୍ଣିମା ସହ ଜଡିତ ସେବକଙ୍କ ପାଇଁ ରହିବ ହାସାଲ ଫ୍ରୀ ବ୍ୟବସ୍ଥା । ଅଣ ପ୍ରବେଶକାରୀ ଓ ଅଣ ସେବାୟତଙ୍କ ଉପରେ ରଖାଯିବ ତିକ୍ଷ୍ଣ ନଜର । ସୂଚନା ଦେଲେ ପୁରୀ ଏସପି ଡକ୍ଟର ବିଶାଲ ସିଂ ।
Powered by Froala Editor