ଖରାରେ ଜଳୁଛି ରାଜ୍ୟର ଅଧା ସହର

ଭୁବନେଶ୍ୱର: ରାଜ୍ୟରେ ଏବେ ତାତି ଅସହ୍ୟ । ଦିନକୁ ଦିନ ତାପମାତ୍ରା ବଢିବାରେ ଲାଗିଛି । ଏହାରି ଭିତରେ ଆଜି ଦିନ ୧୧.୩୦ ସୁଦ୍ଧା ରାଜ୍ୟର ଅଧା ସହର ଜଳିଲାଣି । ଦିନ ୧୧.୩୦ ସୁଦ୍ଧା ବାଲେଶ୍ୱରରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲି ଓ ଝାରସୁଗୁଡ଼ା ୩୭.୨ ଡିଗ୍ରୀ, ଭୁବବେନଶ୍ୱର ୩୬.୬ ଡିଗ୍ରୀ, ହୀରାକୁଦ ୩୬ ଡିଗ୍ରୀ, କେନ୍ଦୁଝର ଓ ସମ୍ବଲପୁର ୩୫.୮ ଡିଗ୍ରୀ ରେକର୍ଡ କରାଯାଇଛି ।
ପ୍ରକାଶ ଯେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ରାଜ୍ୟରେ ୪-୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବଢ଼ିବା କାରଣ ଯୋଗୁଁ ରାଜ୍ୟରେ ପାରଦ ପୁଣି ୪୦ ଡିଗ୍ରୀ ଛୁଇଁବ। ଛତିଶଗଡ଼ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟର କିିଛି ସ୍ଥାନରେ ରବିବାର ପାଗ ମେଘୁଆ ରହିଥିଲା। ଏହାଫଳରେ ଅଧିକାଂସ ସ୍ଥାନରେ ତାପମାତ୍ରା ହ୍ରାସ ହୋଇଥିଲା। ଶୁକ୍ରବାର ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସହ ଶନିବାର ରାଜ୍ୟର ୫ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରହିଥିଲା। ମାତ୍ର ରବିବାର ମେଘୁଆ ପାଗ ହେତୁ ରାଜ୍ୟର ସମସ୍ତ ସହର ୪୦ ଡିଗ୍ରୀ ତଳେ ରହିଥିଲା। ତେବେ ସୋମବାରଠାରୁ ପୁଣି ଥରେ ତାପମାତ୍ରା ବଢ଼ିବା କାରଣରୁ ତାତି ପୁଣି ଫେରିବ ବୋଲି ଆକଳନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଗାମୀ ଦୁଇ ଦିନ ମଧ୍ୟରେରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ରେ ୨ ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଅନକେ ସ୍ଥନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଅନ୍ୟପଟେ ଦିନ ସହିତ ରାତିରେ ମଧ୍ୟରେ ଅଧିକ ତାତି ଜାରି ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ମଙ୍ଗଳବାରଠାରୁ ପରବର୍ତ୍ତୀ ୩ ଦିନ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାତିର ତାପମାତ୍ରା ସ୍ୱାଭାବିକ ତୁଳନାରେ ସାଢେ଼ ୪ ଡିଗ୍ରୀରୁ ଅଧିକ ରହିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ପରବର୍ତ୍ତୀ ୩ ଦିନ ପର୍ୟ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ‘ଉଷ୍ମ ରାତି’ ଆଲର୍ଟ ଜାରି କରିଛି।
Powered by Froala Editor