ବିଜେଡିରେ ମିଶି ଏହା କହିଲେ ଚିରଞ୍ଜୀବ
ଭୁବନେଶ୍ୱର: ଶନିବାର କଂଗ୍ରେସ ଛାଡ଼ିଲେ । ଦିନକ ପରେ ବିଜେଡିରେ ମିଶିଲେ । ଆମେ କହୁଛୁ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ କଥା । ରବିବାର ଶଙ୍ଖଭବନରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଶ୍ରୀ ବିଶ୍ୱାଳ ନିଜ ସମର୍ଥକଙ୍କ ସହ ବିଜେଡିରେ ବିଧିବଦ୍ଧଭାବେ ସାମିଲ ହୋଇଛନ୍ତି ।
ତେବେ ବିଜେଡିରେ ମିଶିବା ପରେ ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ବିଜେଡିରେ ସାମିଲ ହୋଇଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ଜନାଭିମୁଖୀ କାର୍ଯ୍ୟକ୍ରମ ପ୍ରତି ମୁଁ ଆକୃଷ୍ଟ ହୋଇଛି । ଚାଷୀ, ମହିଳା ଓ ଗରିବଙ୍କ ପାଇଁ ରାଜ୍ୟ ସରକାର ବହୁ ଜନହିତକର କାର୍ଯ୍ୟକ୍ରମ କରିଛନ୍ତି । ଯାହା ପାଇଁ ମୁଁ ବିଜେଡି ପ୍ରତି ଆକୃଷ୍ଟ ହୋଇଛି । ତେବେ ୧୨୦ରୁ ଊଦ୍ଧ୍ୱର୍ ବିଧାୟକ ଓ ୧୫ରୁ ଊଦ୍ଧ୍ୱର୍ ସାଂସଦ ଜିତାଇବାରେ ବିଜେଡିକୁ ସହଯୋଗ କରିବୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଚିରଞ୍ଜିବୀ ବିଶ୍ୱାଳ ଶନିବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଚିରଞ୍ଜିବୀ ଏହାପୂର୍ବରୁ ତିର୍ତ୍ତୋଲ ଓ ଜଗତସିଂହପୁରରୁ ବିଧାୟକ ରହି ସାରିଛନ୍ତି । ଚିରଞ୍ଜିବୀଙ୍କୁ ଦଳରେ ସାମିଲ କଲେ ମଧ୍ୟ ବିଜେଡି କେଉଁଠୁ ପ୍ରାର୍ଥୀ କରିବେ ତାହାକୁ ନେଇ ସସପେନ୍ସ ଲାଗି ରହିଛି । କାରଣ ପୂର୍ବରୁ ଜଗତସିଂହପୁରରୁ ବିଧାୟକ ଥିବା ଚିରଞ୍ଜିବୀ ଏବେ ପାରାଦ୍ୱୀପ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଚିରଞ୍ଜିବୀଙ୍କ ଆସନକୁ ନେଇ କୌଣସି ସ୍ପଷ୍ଟ ସଂକେତ ମିଳି ପାରିନାହିଁ ।
ଚିରଞ୍ଜୀବୀ ବିଜେଡିରେ ମିଶିବା ପରେ କେଉଁଠୁ ଟିକେଟ ନେଇ ନିର୍ବାଚନ ଲଢ଼ିବେ ତାହାକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା ଲାଗିରହିଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ଳଢ଼ିବା ଏକପ୍ରକାର ନିଶ୍ଚିତ ବୋଲି ତାଙ୍କର ସମର୍ଥକ ଅବଶ୍ୟ କହୁଛନ୍ତି।
Powered by Froala Editor