ଦେଶରେ କରୋନା ରେକର୍ଡ, ୨୪ ଘଂଟାରେ ୧ ଲକ୍ଷ ୩୧ ହଜାର ୯୬୮

ନୂଆଦିଲ୍ଲୀ : ପୁଣି କରୋନା ସଂକ୍ରମଣରେ ଦେଶରେ ଆଉ ଏକ ନୂଆ ରେକଡର଼୍ ସୃଷ୍ଟି ହୋଇଛି । ବିଗତ କିଛିଦିନ ଧରି ହୁହୁ ହୋଇ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତାହା ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧ ଲକ୍ଷ ୩୧ ହଜାର ୯୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୦ ଲକ୍ଷ ୬୦୫୪୨ରେ ପହଁଚିଛି । ଅପରପକ୍ଷରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଛୁଇଁଛି । ସମ୍ପ୍ରତି ବିଶ୍ୱରେ ଭାରତ ୪ର୍ଥ ସ୍ଥାନରେ ରହିଛି ।
ଖାଲି ସେତିକିନୁହେଁ ଗତ ୨୪ ଘଂଟାରେ ଦେଶରେ କରୋନାରେ ୮୦୨ ଜଣଙ୍କର ମୃତୁ୍ୟ ହୋଇଛି । ଏଯାବତ ଦେଶରେ କରୋନାରେ ୧ ଲକ୍ଷ ୬୭ ହଜାର ୬୯୪ ଜଣଙ୍କର ମୃତୁ୍ୟ ଘଟିଛି । ମହାରାଷ୍ଟ୍ରରେ ଦିନକରେ ୫୬ ହଜାର ୨୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ୭୪୩୭ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପ୍ରତି ଦେଶରେ କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ୫ ରାଜ୍ୟ ହେଉଛି, ମହାରାଷ୍ଟ୍ର (୩୨୨୯୫୪୭), କେରଳ (୧୧୪୪୫୯୪), କର୍ଣ୍ଣାଟକ (୧୦୩୩୫୬୦), ଆନ୍ଧ୍ରପ୍ରଦେଶ (୯୧୩୨୭୪) ଓ ତାମିଲନାଡ଼ୁ (୯୧୧୧୧୦) ।