ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ ଆରମ୍ଭ । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବାବେଳେ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-'ଏ'ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ ଲକଡାଉନ୍ ରହିବ ।
୧୭ ଜିଲ୍ଲାରେ ସକାଳ ୬ଟାରୁ ଖୋଲିଛି ସବୁ ଦୋକାନ ବଜାର । ସନ୍ଧ୍ୟା ୫ଟା ଯାଏ ଖୋଲା ରହିବ । କିନ୍ତୁ କାଟାଗୋରୀ-'ବି'ରେ ଥିବା ୧୩ ଜିଲ୍ଲାରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ । ୧୭ ଜିଲ୍ଲାରେ ଆଜିଠୁ ଖୋଲିଛି ଉଠା ଦୋକାନୀ । ସେମାନେ ଖାଦ୍ୟ କେବଳ ପାର୍ସଲ ଦେଇପାରିବେ ।ମର୍ଣ୍ଣିଂ ଓ୍ୱାକ୍, ଜଗିଂ ଓ ସାଇକେଲିଂ ପାଇଁ ସକାଳ ୬ଟାରୁ ୯ଟା ଯାଏ ଅନୁମତି ମିଳିଛି । ବନ୍ଦ ରହିଛି ବସ୍ ଚଳାଚଳ । ଏହି ଭଳି ଭାବରେ ସରକାରଙ୍କ ପକ୍ଷରୁ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି।
Powered by Froala Editor