ନବୀନଙ୍କ ପରେ ବିଜେପିରେ ମିଶିଲେ ସାବିତ୍ରୀ ଜିନ୍ଦଲ
କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି ଭାରତର ଧନୀ ମହିଳା ସାବିତ୍ରୀ ଜିନ୍ଦଲ(୮୪) । ପୂର୍ବରୁ ପୁଅ ନବୀନ ବିଜେପିରେ ମିଶିଥିବାବେଳେ ମା’ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସାବିତ୍ରୀ ଜିନ୍ଦଲ ଭାରତର ସବୁଠାରୁ ଧନୀ ମହିଳା ତଥା ହରିୟାଣାର ପୂର୍ବ ମନ୍ତ୍ରୀ । ଗୁରୁବାର ସାବିତ୍ରୀ କଂଗ୍ରେସରୁ ଇସ୍ତଫା ଦେଇ ପଦ୍ମର ସଦସ୍ୟତା ଗ୍ରହଣ କରିଛନ୍ତି।
କିଛି ଦିନ ପୂର୍ବେ ତାଙ୍କ ବ୍ୟବସାୟୀ ପୁଅ ନବୀନ ଜିନ୍ଦଲ ବିଜେପିରେ ସାମିଲ ହୋଇଥିଲେ। ସାବିତ୍ରୀଙ୍କ ପୁଅ ନବୀନ ୨୦୦୪-୧୪ ଯାଏ କଂଗ୍ରେସ ଏମ୍ପି ଭାବେ ଲୋକ ସଭାର କୁରୁକ୍ଷେତ୍ର ଆସନରୁ ନିର୍ବାଚନରେ ଛିଡ଼ା ହୋଇଥିଲେ। ଏହି ଟିକେଟରୁ ପୁଣିଥରେ ସେ ବିଜେପି ଟିକେଟରୁ ଲଢ଼ିବେ।
ଅପରପକ୍ଷେ ସାବିତ୍ରୀଙ୍କ ବିଷୟରେ କହିଲେ ସେ ହରିୟାଣାର ପୂର୍ବ ଭୂପିନ୍ଦର ସିଂ ହୁଡ୍ଡା ନେତୃତ୍ୱାଧୀନ କଂଗ୍ରେସ ସରକାରରେ ମନ୍ତ୍ରୀ ଥିଲେ। ୨୦୧୪ ଲୋକ ସଭା ନିର୍ବାଚନରେ ସେ ହିସାରରୁ ଭାଜପାର ଡା. କମଳ ଗୁପ୍ତାଙ୍କଠାରୁ ହାରି ଯାଇଥିଲେ।
Powered by Froala Editor