ମହାକାଳ ମନ୍ଦିରରେ ଭୀଷଣ ଅଗ୍ନିକାଣ୍ଡ, ୧୩ଜଣ ଆହତ
ଉଜ୍ଜୈନ: ମଧ୍ୟପ୍ରଦେଶ ଉଜ୍ଜୈନରେ ଥିବା ମହାକାଳ ମନ୍ଦିରରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ସୋମବାର ସକାଳେ ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତୀ ବେଳେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂଜାରୀଙ୍କ ସମେତ ୧୩ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହାକାଳ ମନ୍ଦିରରେ ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚିଣ୍ଟମାନ ଗେହଲୋଟ୍ ଆହତ ହୋଇଛନ୍ତି। ଭସ୍ମ ଆଳତୀ ସମୟରେ ଅବିର ବ୍ୟବହାର କରାଯାଉଥିଲା । ଏହି ଆରତୀ ସମୟରେ ଆଜି ଗର୍ଭଗୃହ ମଧ୍ୟରେ କର୍ପୂର ପୋଡି ଯାଇଥିଲା । ଯେଉଁ କାରଣରୁ ସେଠାରେ ଉପସ୍ଥିତ ୧୩ ପୁରୋହିତ ଆହତ ହୋଇଥିଲେ।
Powered by Froala Editor