୨୮ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେବା ସମ୍ଭାବନା: ସୁର

ଭୁବନେଶ୍ୱର: କଂଗ୍ରେସର ଚତୁର୍ଥ ପର୍ୟ୍ୟାୟ ୪୬ ପ୍ରାଥୀଙ୍କୁ ମିଶାଇ ମୋଟ ୧୮୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି । କିନ୍ତୁ ଏଥିରେ ବି ନାହିଁ ଓଡିଶାର କୌଣସି ପ୍ରାର୍ଥୀଙ୍କ ନାଁ । ତେବେ ଜଟଣୀ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ୮୦ ପ୍ରତିଶତ ଟିକେଟ ଫାଇନାଲ ସରିଛି । ତାଲିକାରେ ଯୁବକ ଯୁବତୀଙ୍କୁ ଦିଆଯାଇଛି ଅଧିକ ପ୍ରାଧାନ୍ୟ । ଆଉ ୨୮ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସମ୍ଭାବନା ରହିଥିବା କହିଛନ୍ତି ।
ଲୋକସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ୍କୁ ଆଉ ମାସେରୁ କମ୍ ସମୟ ଥିବା ବେଳେ ଶନିବାର କଂଗ୍ରେସ ପକ୍ଷରୁ ଏହାର ଚତୁର୍ଥ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି। ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୪୬ ଜଣଙ୍କ ନାଁ ରହିଛି। ଦଳର କେତେକ ବଡ଼ ନେତାଙ୍କ ନାଁ ଏହି ତାଲିକାରେ ରହିଛି।
Powered by Froala Editor