ପୂର୍ବଭଳି ‘ଜୋମାଟୋ’ ଡେଲିଭରି ବଏ ପିନ୍ଧିବେ ଲାଲ୍ ପୋଷାକ
![ପୂର୍ବଭଳି ‘ଜୋମାଟୋ’ ଡେଲିଭରି ବଏ ପିନ୍ଧିବେ ଲାଲ୍ ପୋଷାକ](https://odishanewslens.com/news_gallery/28810_1710964428.jpg)
ବିବାଦ ପରେ ନିଷ୍ପତ୍ତି ବଦଳାଇଛି ‘ଜୋମାଟୋ’। ଭେଜ୍ ବା ଶୁଦ୍ଧ ନିରାମିଷ ଖାଉଥିବା ଗ୍ରାହକଙ୍କ ପାଇଁ ବିତରକ ସବୁଜ ରଙ୍ଗର ପୋଷାକ ପିନ୍ଧିବେ ବୋଲି ସେବା ଆରମ୍ଭ କରିଥିଲା ଜୋମାଟୋ । ଏଣିକି ପୂର୍ବୋପରି ସବୁ ପ୍ରକାର ଅର୍ଡର ପାଇଁ ଡେଲିଭରି ବଏ ଲାଲ୍ ରଙ୍ଗର ଡ୍ରେସ୍ ପିନ୍ଧିବେ ବୋଲି ସିଇଓ ଦୀପିନ୍ଦର ଗୋୟଲ କହିଛନ୍ତି।
ପ୍ରକାଶ ଯେ, ନିକଟରେ ଶୁଦ୍ଧ ନିରାମିଷ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ଲାଗି କମ୍ପାନୀ ଏକ ସ୍ବତନ୍ତ୍ର ସେବା ‘ପିୟୋର ଭେଜ୍ ଫ୍ଲିଟ୍’ ଆରମ୍ଭ କରିଥିଲା। ଏଥିରେ ଡେଲିଭରି ବଏ ସବୁଜ ରଙ୍ଗର ପୋଷାକ ଏବଂ ସବୁଜ ରଙ୍ଗର ବାକ୍ସରେ ଖାଦ୍ୟ ନେବେ ବୋଲି କମ୍ପାନୀ କହିଥିଲା। ମାର୍ଚ୍ଚ ୧୯ରେ କମ୍ପାନୀର ସିଇଓ ଏକ୍ସରେ ଏକ ପୋଷ୍ଟ କରି ସେବା ଆରମ୍ଭ ହୋଇଥିବା ନେଇ ଘୋଷଣା କରିଥିଲେ।
ହେଲେ ଜୋମାଟୋର ଏହି ସ୍ବତନ୍ତ୍ର ସେବାକୁ ଗ୍ରାହକ ବିରୋଧ କରିଥିଲେ। ଏପରିକି ଅନେକ ଲୋକ ସୋସିଆଲ ମିଡିଆରେ ଜୋମାଟୋ ନିଷ୍ପତ୍ତି ବଦଳାଉ ବୋଲି ଅପିଲ କରିଥିଲେ। କାରଣ ଏହି ସେବା ଆମିଷ ଖାଉଥିବା ଲୋକଙ୍କ ପ୍ରତି ଭେଦଭାବପୂର୍ଣ୍ଣ ଆଚରଣକୁ ପ୍ରୋତ୍ସାହନ ଦେଇପାରେ। ଏପରିକି ବିତରକମାନଙ୍କୁ ମଧ୍ୟ ଅସୁବିଧାରେ ପକାଇପାରେ ବୋଲି ଚର୍ଚ୍ଚା ହୋଇଥିଲା।
ଲୋକଙ୍କ ପ୍ରତିକ୍ରିୟାକୁ ଦେଖି ୧୨ ଘଣ୍ଟା ମଧ୍ୟରେ ଏହି ନିଷ୍ପତ୍ତିକୁ ବଦଳାଯାଇଥିବା ସିଇଓ କହିଛନ୍ତି। ପୂର୍ବଭଳି ସମସ୍ତେ ସମାନ ରଙ୍ଗର ଲାଲ ପୋଷାକ ପିନ୍ଧିବେ। ସିଇଓ ଦୀପିନ୍ଦର ଏକ ପୋଷ୍ଟରେ କହିଛନ୍ତି, "ଏଣିକି ଆଉ ଶୁଦ୍ଧ ଭେଜ୍ ଅର୍ଡର ନେଉଥିବା ବିତରକମାନେ ସବୁଜ ପୋଷାକ ପିନ୍ଧିବେ ନାହିଁ। ସମସ୍ତେ ପୂର୍ବୋପରି ସମାନ ରଙ୍ଗର ଲାଲ୍ ରଙ୍ଗର ପୋଷାକ ପିନ୍ଧିବେ। କିନ୍ତୁ ଶାକାହାରୀ ଖାଦ୍ୟ ଅର୍ଡର କରୁଥିବା ଗ୍ରାହକଙ୍କ ଶୁଦ୍ଧତା ଉପରେ ବିଶେଷ ଧ୍ୟାନ ଦିଆଯିବ। ସେମାନ ଆପ୍ ଜରିଆରେ ଏ ବାବଦରେ ଜାଣିପାରିବେ।"
Powered by Froala Editor