ପୁଣି ଦନ୍ତା ଉତ୍ପାତ: ଘର ଭାଙ୍ଗିବା ସହ ଧାନ ଚାଉଳ କଲା ନଷ୍ଟ
ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ କିଛି ଦିନର ବ୍ୟବଧାନ ପରେ ପୁଣି ଦନ୍ତାହାତୀର ଉତ୍ପାତ ବଢିବାରେ ଲାଗିଛି । ସୋମବାର ବିଳମ୍ବିତ ରାତ୍ରରେ ଦନ୍ତାଟି ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଓ କଟାବେଡା ଗ୍ରାମରେ ପ୍ରବେଶ କରି ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଛି। ଭାଳିଆଡାଳ ଗ୍ରାମର ବଣ ସାହିରେ ଥିବା ବାଞ୍ଛା ଦଳଦସିଆ ଓ ଦେବେନ୍ଦ୍ର ଦଳଦସିଆ, ଜର୍ମାନ ଦଳଦସିଆଙ୍କ ଘର ଭାଙ୍ଗିବା ସହ ଟିମା ମୁଣ୍ଡାଙ୍କର ଧାନ ଡୋଲି ଟେକି ନେଇ ଖାଇଛି। ସେହିପରି କଟାବେଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଝରକା ଭାଙ୍ଗି ଶୁଣ୍ଢରେ ଧାନ ବସ୍ତା ଟେକି ନେଇ ଖାଇ ଦେଇଥିଲା। ଖବର ପାଇ ବନବିଭାଗ ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ତଦନ୍ତ କରାଯାଇଥିବା ସାହାରପଡା ବନପାଳ ଭୂପତି ସେଠୀ ସୂଚନା ଦେଇଛନ୍ତି।
Powered by Froala Editor