କ୍ରିଷ୍ଟୋଫର ନୋଲାନ ଓସ୍କାର ବିଜେତା

ଓ୍ବାଶିଂଟନ: ପ୍ରତ୍ୟେକ ଷ୍ଟାର୍ ଓସ୍କାର ଜିତିବାର ସ୍ବପ୍ନ ଦେଖନ୍ତି। ୧୦ ମାର୍ଚ୍ଚ ୨୦୨୪ରେ ଲସ୍ ଏଞ୍ଜେଲ୍ସର ଡଲବି ଥିଏଟରରେ ୯୬ତମ ଏକାଡେମୀ ପୁରସ୍କାର ଅନୁଷ୍ଠିତ ହୋଇ ୧୧ରେ ଓଟିଟି ପ୍ଲାଟଫର୍ମ ଡିଜ୍ନି ପ୍ଲସ ହଟ୍ଷ୍ଟାରରେ ଭାରତରେ ସିଧା ପ୍ରସାରଣ କରାଯାଇଛି।
ତେବେ ଚଳିତବର୍ଷ ବ୍ରିଟେନର ୫୩ ବର୍ଷୀୟ କ୍ରିଷ୍ଟୋଫର ନୋଲାନ ‘ଓପନହାଇମର’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଓସ୍କାର ପୁରସ୍କାର ଜିତିଥିବା ବେଳେ ଶ୍ରେଷ୍ଠ ଅଭିନେତା ଭାବେ କିଲିଆନ ମର୍ଫି ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ସେହିପରି ଏମା ଷ୍ଟୋନ୍ ‘ପୋର୍ ଥିଙ୍ଗ୍ସ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ପୁରସ୍କାର ଜିତିଛନ୍ତି।
Powered by Froala Editor