ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର
ଟିଟିଲାଗଡ଼: ଟିଟିଲାଗଡ଼ ଉପକାରାଗାରରୁ ଦୁଇ ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହୋଇଯାଇଛନ୍ତି। ଟିଟଲାଗଡ ଉପଖଣ୍ଡ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇ ଶିଶୁଙ୍କୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ କେସିଙ୍ଗା ଡାକ୍ତରଖାନା ପରିସରରେ ଜଣେ ଶିଶୁକୁ କୂଅରେ ଫିଙ୍ଗି ମାରିଦେଵା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲରୁ ଫେରାର ମାରିଥିବା ଜଣାଯାଇଛି । ଶନିବାର ରାତି ପ୍ରାୟ ୮ଟାରେ ଜେଲର ପାଚେରୀ ଡେଇଁ ଉଭୟ ଫେରାର ମାରିଥିବା ଜେଲର ଚୈତନ୍ୟ ପ୍ରଧାନ କହିଛନ୍ତି । ସେ ଏନେଇ ଟିଟିଲାଗଡ଼ ଥାନାରେ ଅଭିଯୋଗ କରିଛନ୍ତି।
Powered by Froala Editor