ବିରଳ ଅସ୍ତ୍ରୋପଚାର : ଚିତ୍ରଶିଳ୍ପୀଙ୍କ ଦେହରେ ଲାଗିଲା ମହିଳାଙ୍କ ହାତ

ଟ୍ରେନ ଦୁର୍ଘଟଣାରେ ହାତ ହରାଇ ନିରାଶ ହୋଇଯାଇଥିବା ଜଣେ ଚିତ୍ରଶିଳ୍ପୀଙ୍କୁ ଡାକ୍ତର ନୂଆ ଜୀବନ ଦେଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ ଜଣେ ପୁରୁଷଙ୍କ ହାତରେ ମହିଳାଙ୍କ ହାତ ପ୍ରତିରୋପଣ ହୋଇଛି। ସାର୍ ଗଙ୍ଗା ରାମ ହସ୍ପିଟାଲରେ ଏ ସଫଳ ଅସ୍ତ୍ରାପଚାର ହୋଇଛି।
୨୦୨୦ ରେ ଟ୍ରେନ୍ ଦୁର୍ଘଟଣାରେ ଚିତ୍ରଶିଳ୍ପୀ ଦୁଇ ହାତ ହରାଇଥିଲେ। ମୃତ ଘୋଷିତ ଦକ୍ଷିଣ ଦିଲ୍ଲୀର ଏକ ପୂର୍ବତନ ପ୍ରଶାସନିକ ମୁଖ୍ୟ ମୀନା ମେହେଟ୍ଟାଙ୍କ ହାତ ୪୫ ବର୍ଷ ବୟସ୍କାଙ୍କୁ ନୂଆ ଜୀବନ ଦେଇଛି।
ତେଣୁ ବ୍ରେନ ଡେଡ ଘୋଷଣା ହେବାପରେ ମୀନାଙ୍କ କିଡନି, ଲିଭର ଓ ହାତ ଅନ୍ୟ ଲୋକଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ତେବେ ମୀନାଙ୍କ ହାତ ଜଣେ ଚିତ୍ରଶିଳ୍ପୀଙ୍କ ଶରୀରରେ ପ୍ରତିରୋପଣ ପରେ ଉକ୍ତ ବ୍ୟକ୍ତିଙ୍କୁ ନୂଆ ଜୀବନ ମିଳିଥିଲା।
ଡାକ୍ତରୀ ଟିମ୍ ପ୍ରାୟ 12 ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି। କାରଣ ଜଣେ ଚିତ୍ରଶିଳ୍ପୀ ପାଇଁ ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ହାତର ଭୂମିକା ଖୁବ ଗୁରୁତ୍ବପୁର୍ଣ୍ଣ ରହିଥାଏ।
Powered by Froala Editor